ପ୍ରସିଦ୍ଧ ଫ୍ରେଞ୍ଚ ଲେଖକ ଡମିନି୍କ୍ ଲେପିୟରଙ୍କ ପରଲୋକ: ଭାରତର ସ୍ବାଧୀନତା ଏବଂ ବିଭାଜନ ଉପରେ ଲେଖିଥିଲେ ପୁସ୍ତକ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଳୀ, ୫/୧୨: ଫ୍ରେଞ୍ଚ ଅଥର ଡମିନିକ୍ ଲେପିୟରଙ୍କ ପରଲୋକ। ଅନେକ ଐତିହାସିକ ଘଟଣା ଉପରେ ପୁସ୍ତକ ଲେଖି ସେ ଦୁନିଆରେ ଚର୍ଚ୍ଚିତ ହୋଇପାରିଥିଲେ। ଭାରତର ସ୍ବାଧୀନତା ଏବଂ ବିଭାଜନ ଉପରେ ନେଇ ଲେଖିଥିବା ଲୋକପ୍ରିୟ ପୁସ୍ତକ ‘ଫ୍ରିଡମ୍ ଆଟ୍ ମିଡନାଇଟ୍’ ଖୁବ୍ ଲୋକପ୍ରିୟ ହୋଇପାରିଥିଲା ଏବଂ ସେହିଭଳି ତାଙ୍କ ଦ୍ବାରା ରଚିତ ‘ସିଟି ଅଫ୍ ଜଏ’ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା। ୯୧ ବର୍ଷ ବୟସରେ ବୃଦ୍ଧାବସ୍ଥା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ଭାର-ମାର୍ଟିନ ରବିବାର ସୂଚନା ଦେଇଛନ୍ତି।

ଲେପିୟରଙ୍କ ଜନ୍ମ ୩୦ ଜୁଲାଇ ୧୯୩୧ ରେ ଚାତେଲାଲିୟନ ରେ ହୋଇଥିଲା, ତାଙ୍କ ଦ୍ବାରା ଲିଖିତ ୬ଟି ପୁସ୍ତକର ୫ କୋଟିରୁ ଅଧିକ ବିକ୍ରି ହୋଇଥିଲା। ଏହାକୁ ସେ ଆମେରିକୀୟ ଲେଖକ ଲାରି କୋଲିନ୍ସଙ୍କ ସହ ମିଶି ଲେଖିଥିଲେ। ଯେଉଁଥିରୁ ସବୁଠୁ ଲୋକପ୍ରିୟ ଥିଲା ’ଇଜ୍ ପ୍ୟାରିସ୍ ବର୍ଣ୍ଣିଙ୍ଗ ?’

୧୯୮୫ ରେ ନୋଭେଲ ’ସିଟି ଅଫ୍ ଜଏ’ ରେ କୋଲକାତାର ଏକ ରିକ୍ସା ଚାଳକଙ୍କ ଜୀବନ କାହଣୀ ଉପରେ ବର୍ଣ୍ଣିତ। ଏହା ଉପରେ ୧୯୯୨ ଏକ ଫିଲ୍ମ ମଧ୍ୟ ନିର୍ମାଣ ହୋଇଥିଲା। ଏହି ପୁସ୍ତକରୁ ମିଳିଥିବା ଲାଭକୁ ସେ ଭାରତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦାନ କରିଥିଲେ।

ତାଙ୍କର ରଚିତ ’ଅର୍ ଆଇ ଓ୍ବିଲ ଡ୍ରେସ ୟୁ ଇନ୍ ମୌର୍ଣ୍ଣିଂ’ (୧୯୬୮), ’ଓ ଜେରୁଜେଲମ’ (୧୯୭୨), ‘ଫ୍ରିଡମ ଆଟ୍ ମିଡନାଇଟ୍’ (୧୯୭୫), ‘ଦ ଫିଫ୍ଥ ହର୍ସମ୍ୟାନ୍‌’ (୧୯୮୦) ଏବଂ ଥ୍ରୀଲର ’ଇଜ୍ ନ୍ୟୁ ୟର୍କ ବର୍ଣ୍ଣିଂ?’ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.