ଲକଡାଉନ୍ ସମୟରେ ବୃଦ୍ଧି ପାଉଛି ଘରୋଇ ହିଂସା, ସବୁଠାରୁ ଅଧିକ ଶିକାର ମହିଳା ଓ ଶିଶୁ

Published By : Prameya-News7 Bureau | March 28, 2020 IST

ବ୍ରିଟେନ, ୨୮|୦୩ :   କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱର ବିଭିନ୍ନ ଦେଶ ଓ ସହରକୁ ଲକଡାଉନ କରାଯାଇଛି । ୟୁରୋପରେ ମଧ୍ୟ ଅନେକ ଲୋକ ନିଜ ନିଜ ଘରେ ରହିଛନ୍ତି । ଘରେ ରହିବା ଫଳରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଆଶଙ୍କ କରାଯାଉଛି । ବର୍ଲିନ୍, ପ୍ୟାରିସ, ରୋମ, ମାଦ୍ରିଦ ଆଦି ସହରରେ ଘରୋଇ ହିଂସା ବୃଦ୍ଧି ପାଇଛି ।

{"id":245352,"width":752,"height":422,"sizeSlug":"large"}

ଅନେକ ଲୋକଙ୍କ ପାଇଁ ଘର ସୁରକ୍ଷିତ ସ୍ଥାନ ନୁହେଁ ବୋଲି କହିଛି ଜର୍ମାନ ଫେଡେରାଲ ଆସୋସିଏସନ ଫର୍ ଓ୍ୱିମ୍ୟାନ । ଘରେ ରହିବା ଫଳରେ ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ବୃଦ୍ଧି ପାଇଛି ବୋଲି ଆସୋସିଏସନ କହିଛି । ଯେଉଁ ଅଭିଭାବକମାନେ ଘରେ ରହିନାହାଁନ୍ତି ଓ ସର୍ବଦା ଅଫିସରେ ସମୟ ଅତିବାହିତ କରୁଥିଲେ ସେମାନେ ନିଜ ଶିଶୁଙ୍କୁ ସମ୍ଭାଳିବା ପାଇଁ ଅଧିକ ପରିଶ୍ରମ କରୁଛନ୍ତି । ଦୀର୍ଘଦିନ ଧରି ଲକଡାଉନ ହୋଇ ରହିଥିବା ଚୀନରେ ଅନେକ ମହିଳା ଘରୋଇ ହିଂସାକୁ ନେଇ ଅଭିଯୋଗ କରିଛନ୍ତି । ସେହିପରି ସ୍ପେନରେ ମଧ୍ୟ ୨ଜଣ ମହିଳାଙ୍କୁ ଘରେ ସେମାନଙ୍କ ପାର୍ଟନର୍ ହତ୍ୟା କରିଛନ୍ତି ।

{"id":245353,"width":743,"height":418,"sizeSlug":"large"}

ଅନେକ ହେଲ୍ପ ସେଣ୍ଟରଙ୍କ ନିକଟକୁ ବହୁ ପରିମାଣରେ ଘରୋଇ ହିଂସାକୁ ନେଇ ଅଭିଯୋଗ ଆସିଛି ।ଶିଶୁ, ମହିଳା ଓ ଯୁବ ବର୍ଗ ଘରୋଇ ହିଂସାର ଅଧିକ ଶିକାର ହେଉଛନ୍ତି । କିନ୍ତୁ ଅନେକ ସାମାଜିକ କର୍ମୀ ଘରୁ କାମ କରିବା କାରଣରୁ ପୀଡିତଙ୍କ ନିକଟରେ ପହଁଚି ପାରୁନାହାଁନ୍ତି । ତୂର୍କିର ମହିଳାମାନେ ସାମାଜିକ କର୍ମୀଙ୍କୁ ଫୋନ ଯୋଗେ କେଉଁ ସୁରକ୍ଷିତ ସ୍ଥାନକୁ ଯିବା ଉଚିତ ବୋଲି ପ୍ରଶ୍ନ ମଧ୍ୟ କରୁଛନ୍ତି । ତେବେ ଜର୍ମାନୀ ଓ ଅଷ୍ଟ୍ରିଆର ସରକାର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଘରୋଇ ହିଂସାର ଶିକାର ମହିଳାଙ୍କ ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଭଳି ପରିସ୍ଥିତି ଅଧିକ ଦିନ ଲାଗି ରହେ ତେବେ ଏହି ହିଂସା ଚରମ ସୀମାରେ ପହଁଚିବ ବୋଲି ମନୋବିଜ୍ଞାନୀ ଆଡ୍ରିଆନା ହାଭାଶୋଭା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.