ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଲା ସ୍ବାମୀ
9/09/2018 at 5:49 PM

ବ୍ରହ୍ମପୁର ୯/୯ : ବ୍ରହ୍ମପୁର ସହରରେ ପୁଣି ହତ୍ୟାକାଣ୍ଡ ଘଟିଛି । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଟାଉନ୍ ଥାନା ଅନ୍ତର୍ଗତ ନୂଆ ମିଲିଟାରୀ ଲାଇନ୍ ଅଞ୍ଚଳରେ। ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଘରେ ଏକୁଟିଆ ସ୍ତ୍ରୀ ଥିବା ବେଳେ ସ୍ବାମୀ ଆସି ମାରଣାସ୍ତ୍ରରେ ଶରୀର ବିଭିନ୍ନ ଅଂଶକୁ ଘାତକ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି। ମୃତକ ସ୍ତ୍ରୀଙ୍କ ପରିଚୟ ହେଉଛି ପାପିନା ବେହେରା। ହତ୍ୟାକାରୀ ସ୍ବାମୀ ରବୀନ୍ଦ୍ର ବେହେରା ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ସ୍ବାମୀ ରବୀନ୍ଦ୍ର ରାଜ୍ୟ ବାହାରେ ରହୁଥିଲେ। ଗତକାଲି ବ୍ରହ୍ମପୁର ଫେରିଥିବା ବେଳେ ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ। ହଠାତ୍ ଆଜି ଅପରାହ୍ନରେ ସ୍ତ୍ରୀ ଘରେ ଏକୁଟିଆ ଥିବା ବେଳେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଗୋଟିଏ ପୁଅ ଅଛି। ଘଟମାର ତଦନ୍ତ ପରେ ଦୋଷୀଙ୍କ ବିଋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।