ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀ’କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା
19/02/2023 at 7:46 PM

ତେଲକୋଇ, ୧୯/୦୨: ସୀମା ଟପିଲା ବର୍ବରତା। ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ। ମୃତକ ହେଲେ ସୁଲୋଚନା ସେଠୀ।
ସୂଚନା ଅନୁଯାୟୀ, ରବିବାର ସକାଳେ ଘଟିଛି ଏହି ଘଟଣା। ଅଭିଯୁକ୍ତ ସ୍ବାମୀ ରଥିଆ ସେଠୀ ତେଲକୋଇ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଉଭୟ ସ୍ବାମୀ-ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଗତକାଲି ରାତିରେ ମଧ୍ୟ ଝଗଡ଼ା ହୋଇଥିଲା। ତେବେ ପରସ୍ପର ମଧ୍ୟରେ ବୁଝାମଣା ପରେ ରାତିରେ ଶୋଇ ପଡ଼ିଥଲେ।
କିନ୍ତୁ କୌଣସି କାରଣରୁ ସକାଳୁ ପୁଣି ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ରଥିଆ ପ୍ରଥମେ ସୁଲୋଚନାଙ୍କ ହାତକୁ ଟାଙ୍ଗିଆରେ ହାଣିଦେଇଥିଲେ। ଏତିକିରେ ରଥିଆଙ୍କ ରାଗ ଶାନ୍ତ ହୋଇ ନଥିଲା । ସୁଲୋଚନା ତଳେ ପଡିଗଲା ପରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଫଳରେ ଘଟଣାସ୍ଥଳରେ ସୁଲୋଚନାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟାଇ ସ୍ବାମୀ ରଥିଆ ସେଠୀ ତେଲକୋଇ ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣା ସ୍ଥଳରେ ପୋଲିସ୍ ସାଇଣ୍ଟିଫିକ ଟିମ୍ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛି।