ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବିଶ୍ୱରେ ଭାରତୀୟ ବିଜ୍ଞାପନ ଇଣ୍ଡଷ୍ଟ୍ରୀ ବଜାର ତୀବ୍ର ଗତିରେ ବଢ଼ୁଛି; ଟିଭିକୁ ପଛରେ ପକାଇପାରେ ଡିଜିଟାଲ ପ୍ଲାଟ୍‌ଫର୍ମ

15/07/2022 at 11:08 PM

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟ ବିଜ୍ଞାପନ ଇଣ୍ଡଷ୍ଟ୍ରୀ ବଜାର ତୀବ୍ର ଗତିରେ ବଢ଼ୁଛି। ଚଳିତ ବର୍ଷ ୨୦୨୨ରେ ଇଣ୍ଡଷ୍ଟ୍ରୀର ଆୟ ୧୬ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆକାଳନ କରାଯାଇଛି। ଡେଟ୍ ଗ୍ଲୋବାଲ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଭାରତୀୟ ବିଜ୍ଞାପନ ଉଦ୍ୟୋଗର ଆୟ ୧୬ ପ୍ରତିଶଥ ବଢ଼ି ୧୧୧୦ କୋଟି ଡଲାର(୮୮,୬୩୯ କୋଟି ଟଙ୍କା)ରେ ପହଞ୍ଚିବ। ବିଜ୍ଞାପନ ଉପରେ ଖର୍ଚ୍ଚକୁ ନେଇ ଏଷ୍ଟିମେଟ କରାଯାଇ ଜୁଲାଇ ୨୦୨୨ର ରିପୋର୍ଟରେ ଏଭଳି ଅନୁମାନ କରାଯାଇଛି।

କରୋନା କଟକଣା ହଟିବା ପରେ ଟ୍ରାଭେଲ୍ ଓ ହୋଟେଲ ଶୀଳ୍ପ ପୁଣିଥରେ ବ୍ୟବସାୟ ଆରମ୍ଭ କରିଦେଲେଣି। ଏମାନେ ଏବେ ବିଜ୍ଞାପନରେ ଖର୍ଚ୍ଚ କରିବା ଆରମ୍ଭ କରିଦେଲେଣି। ଏହା ବାଦ୍ ନେଟ୍‌ଫ୍ଲିକ୍ସ, ହଟଷ୍ଟାର ଓ ଆମାଜନ ପ୍ରାଇମ୍ ଭଳି ଓଟିଟି ପ୍ଲାଟ୍‌ଫର୍ମରେ ଉପରେ ଟେକ୍ନିକାଲ ଏଜୁକେସନ, ଫିନଟକ, ଗେମିଙ୍ଗ ଓ କ୍ରିପ୍ଟୋ କରେନ୍ସି ଭଲି କମ୍ପାନୀଗୁଡ଼ିକ ଅଧିକ ବିଜ୍ଞାପନ ଦେଉଛନ୍ତି।

ଟିଭିକୁ ମିଳିଛି ସବୁଠାରୁ ଅଧିକ ବିଜ୍ଞାପନ

ରିପୋର୍ଟ ଅନୁସାରେ, ଚଳିତ ବର୍ଷର ଏପର୍ଯ୍ୟନ୍ତ ଯେତେକି ବିଜ୍ଞାପନ ଆସିଛି ସେଥିରେ ଡିଜିଟାଲ୍ କ୍ଷେତ୍ରରେ ଭାଗିଦାରୀ ୩୩.୪ ପ୍ରତିଶତ ରହିଥିବା ବେଳେ ଟିଭିର ୪୧.୮ ପ୍ରତିଶତ ରହିଛି। ଟିଭିରେ କଣ୍ଟେଣ୍ଟ ଓ IPL ଭଳି ସ୍ପୋର୍ଟସ ପ୍ରୋଗ୍ରାମରେ ବିଜ୍ଞାପନ ସଂଖ୍ୟା ବଢ଼ିଛି। ତେବେ ରିପୋର୍ଟରେ ଆଗକୁ ଡିଜିଟାଲ୍‌ରେ ଟିଭିଠାରୁ ଦୁଇଗୁଣା ବିଜ୍ଞାପନ ଖର୍ଚ୍ଚ ବଢ଼ିପାରେ ବୋଲି ଅନୁମାନ କରାଯାଇଛି।

ତେବେ ସବୁଠାରୁ ମଜାଦାର କଥା ହେଲା ଚଳିଥ ବର୍ଷ ବିଜ୍ଞାପନ କ୍ଷେତ୍ରରେ ଆମେରିକାରେ ସବୁଠାରୁ ଅଧିକ ଖର୍ଚ୍ଚ କଲେ ବି ଭାରତରେ ଅଭିବୃଦ୍ଧି ଅଧିକ ହୋଇପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଆମେରିକା ବିଜ୍ଞାପନ ଉପରେ ସବୁଠାରୁ ଅଧିକ ଖର୍ଚ୍ଚ ୩୩ ହଜାର କୋଟି ଡଲାର (୨୬.୩୩ ଲକ୍ଷ କୋଟି) କରିପାରେ। ତେବେ ଭାରତର ବାର୍ଷିକ ଅଭିବୃଦ୍ଧିରେ ଆମେରିକା ଠାରୁ ଭଲ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁସାରେ, ବିଜ୍ଞାପନରେ ଭାରତର ବାର୍ଷିକ ଖର୍ଚ୍ଚ ୧୬ ପ୍ରତିଶତ ହାରରେ ବଢ଼ିପାରେ। ସେହିପରି ଆମେରିକାର ୧୨.୮ ପ୍ରତିଶତ, ବ୍ରାଜିଲ୍‌ର ୯ ପ୍ରତିଶତ ହିସାବରେ ବଢିବ। ଅଭିବୃଦ୍ଧିରେ ଏହି ଆକଳନ ଓଟିଟି, କନେକ୍ଟେଡ୍ ଟିଭି, ଅନ୍‌ଲାଇନ ଗେମିଂ, ଓ ଇ-କମର୍ଶକୁ ମିଶା କରାଯାଇଛି।  

   Related Posts