ସମୁଦ୍ରକୂଳରୁ ଡଲ୍‌ଫିନର ମୃତଦେହ ଠାବ

Published By : Prameya-News7 Bureau | December 15, 2019 IST

ବାଲେଶ୍ବର ୧୫।୧୨: ସମୁଦ୍ରକୂଳରେ ଲାଗିଛି ଡଲଫିନ୍‌ର ମୃତଦେହ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମି ନିକଟରେ ଡଲଫିନ୍‌ର ମୃତଦେହ ଠାବ ହୋଇଛି । ଡଲଫିନ୍‌ର ମୃତଦେହଟି ଗଳିତ ଅବସ୍ଥାରେ ରହିଛି । ତେବେ ଏହି ଡଲଫିନ୍‌ କିପରି ପ୍ରାଣ ହରାଇଲା ଓ ତାହାର କାରଣ ଜଣାପଡିନି ।

{"id":198077,"sizeSlug":"large"}

ଡଲଫିନ ପଡିଥିବାର ଦେଖି ସ୍ଥାନୀୟଲୋକେ ବନବିଭାଗକୁ ଖବର ଦେଇଥିଲେ, ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡଲଫିନ୍‌ ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ବେଳାଭୂମିରେ ପୋତାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.