ଗହୀରମଥାରେ ଡଲଫିନ୍ ଗଣନା, ୯ଟି ଟିମ୍ରେ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ
21/12/2022 at 10:50 AM

କେନ୍ଦ୍ରାପଡା ୨୧/୧୨: କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାଅରଣ୍ୟ ଅଂଚଳରେ ତିନି ଦିନ ଧରି ଡ଼ଲଫିନ ଗଣନା କାର୍ଯ୍ୟ କରାଯାଉଛି । ଏହି ଗଣନା ପାଇଁ ରାଜନଗର ବନଖଣ୍ଡ ତରଫରୁ ୯ଟି ଟିମ୍ରେ ୭୦ରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ଅଛନ୍ତି ।
ଗହୀରମଥା ରେଞ୍ଜରୁ ୩ଟି, ରାଜନଗର ରେଞ୍ଜରୁ ୨ ଟି, କନିକା ଓ ମହାକାଳପଡାରୁ ଗୋଟିଏ ଓ କୁଜଙ୍ଗ ରେଞ୍ଜରୁ ଦୁଇଟି ଟିମ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଟିମ୍ରେ ୩ ରୁ ୬ ଜଣଙ୍କୁ ନିୟୋଜିତ କରାଯାଇଛି ।
ସାଧାରଣତ ଭିତରକନିକା ବଙ୍ଗୋପସାଗର କୁଳରେ ୭ ପ୍ରକାର ଡ଼ଲଫିନ ଦେଖିବାକୁ ମିଳୁଛି । ୨୦୧୫ ମସିହାରୁ ଏହି ଗଣନା କରାଯାଉଥିବା ବେଳେ ବିଗତ ବର୍ଷରେ ୫୦୦ରୁ ଉର୍ଦ୍ଧ୍ୱ ଡ଼ଲଫିନ ଚିହ୍ନଟ କରାଯାଇଛି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023