କର୍କଟ ରୋଗରେ ପୀଡିତ ‘ଭାବି’ ଫେମ୍ Dolly Sohi, ସୋସିଆଲ ମିଡିଆରେ ଦେଲେ ସୂଚନା
12/11/2023 at 7:59 AM

ମୁମ୍ଵାଇ ୧୨।୧୧: ଟିଭି ଅଭିନେତ୍ରୀ ଡଲି ସୋହି । ଭାବି ସିରିଏଲ୍ରେ କାମ କରି ବହୁତ ଲୋକପ୍ରିୟ ହୋଇଥିଲେ । ବର୍ତ୍ତମାନ ସେ କର୍କଟ ରୋଗର ଶିକାର ହୋଇଛନ୍ତି। କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ‘ସର୍ଭିକାଲ କ୍ୟାନସର’ରେ ପୀଡିତ। ଏନେଇ ନିଜେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି।
ଏହି ପୋଷ୍ଟରେ ଡଲି ତାଙ୍କ ମୁଣ୍ଡରେ କେଶ ନଥିବା ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ବଡ ଚିହ୍ନିବା କଷ୍ଟକର। ପୋଷ୍ଟରେ ଲେଖିଛନ୍ତି ଯେ, ‘ଆପଣ ଭଲପାଇବା ଏବଂ ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୀବନରେ ଉତଥାନ ପତନ ରହିଛି। କିନ୍ତୁ ଯଦି ଲଢ଼ିବାର ସାହସ ଅଛି, ତେବେ ଆପଣଙ୍କର ଯାତ୍ରା ସହଜ ହେବ। ଆପଣ କ’ଣ ବାଛିବେ ଏହା ଆପଣଙ୍କ ଉପରେ ନିର୍ଭର କରେ।
ନିଜ ଅସୁସ୍ଥତା ବିଷୟରେ ଜଣାଇ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୬-୭ ମାସ ପୂର୍ବେ ମୁଁ କିଛି ଲକ୍ଷଣ ଦେଖିଥିଲି। କିନ୍ତୁ ମୁଁ କର୍କଟ ରୋଗର ଶିକାର ହୋଇଛି ବୋଲି ଜାଣି ନଥିଲି। ଲକ୍ଷଣ ଦେଖାଯାଉଥିଲେ ବି ମୁଁ ତାକୁ ଅଣଦେଖା କରିଥିଲି। କିନ୍ତୁ ଯେତେବେଳେ ଯନ୍ତ୍ରଣା କଷ୍ଟକର ହେଲା, ମୁଁ ମୋର ଡାକ୍ତରଙ୍କ ନିକଟକୁ ଯାଇ କିଛି ଟେଷ୍ଟ କରାଇଥିଲି। ଏହା ପରେ ଜଣାପଡିଲା ଯେ ମୋତେ ‘ସର୍ଭିକାଲ କ୍ୟାନସର’ ହୋଇଛି। ଯାହା ପରେ ସେ ଏହାର ଚିକିତ୍ସା ଆରମ୍ଭ କରିଥିଲେ।