Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବଜାରରେ ଆଉ ରହିବନି ‘ଡଲାର’ର ଦବଦବା, ଏବେ ଏହି ସବୁ ଦେଶଙ୍କ ମୁଦ୍ରାରେ ଋଷିଆକୁ ଦେୟ ପୈଠ କରିବ ଭାରତ

7/02/2023 at 8:28 PM

ନୂଆଦିଲ୍ଲୀ ୭।୨: ଭାରତ ଅସ୍ତ୍ରଶସ୍ତ୍ର ସହ ତୈଳ ମଧ୍ୟ ଋଷିଆରୁ ଆମଦାନୀ କରୁଛି। ଏବେ ଏଥି ଲାଗି ଭାରତ ଦୈୟ ପୈଠ ମଧ୍ୟ ଆରମ୍ଭ କଲାଣି। ଭାରତ ପକ୍ଷରୁ ଋଷିଆକୁ ଏବେ ୩ଟି ଉପାୟରେ ଦେୟ ପୈଠ ହେଉଛି। ଏଥିରେ ପ୍ରଥମ ଉପାୟଟି ହେଉଛି ଋଷିଆକୁ ତା ନିଜ ମୁଦ୍ରା ରୁବଲରେ ପୈଠ କରାଯାଉଥିବା ବେଳେ ବାକି ଚୀନ୍‌ ମୁଦ୍ରା ୟୁଆନ ଓ ତୃତୀୟ ୟୁଏଇର ଦିରହମରେ ଦିଆଯାଉଛି। ରିପୋର୍ଟ ଅନୁସାରେ ଦୁବାଇରେ ବସିଥିବା ବ୍ୟବସାୟୀଙ୍କ ମାଧ୍ୟମରେ କ୍ରୟ ହୋଇଥିବା ଋଷିୟ ତୈଳ ଲାଗି ଭାରତୀୟ ରିଫାଇନାରୀମାନେ ଡଲାର ବଦଳେ  ଦିରହମରେ ଏବେ ପୈଠ କରୁଛନ୍ତି।

ତୈଳ ବ୍ୟତୀତ ଋଷିଆଠାରୁ ପ୍ରାୟ ୨୮ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ମଧ୍ୟ କ୍ରୟ କରିଛି ଭାରତ । ଏହାର ପୈଠ ମଧ୍ୟ ରୁବଲ ଅଥବା ଦିରହମରେ କରାଯିବ।  ଋଷିଆରୁ କ୍ରୟ କରାଯାଉଥିବା ଅସ୍ତ୍ରଶସ୍ତ୍ର ଓ ତୈଳ ଲାଗି ଡଲାର ବଦଳେ ଅନ୍ୟ ମୁଦ୍ରାରେ ପୈଠ କରିବା ଲାଗି ଗତବର୍ଷ  ନିଷ୍ପତ୍ତି ହୋଇଥିଲା। ଉଭୟ ଦେଶଙ୍କ ପ୍ରତିରକ୍ଷା ଓ ଅର୍ଥମନ୍ତ୍ରାଳୟ ଅଧିକାରୀଙ୍କ ବୈଠକରେ ପୈଠ ନେଇ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା। ଚର୍ଚ୍ଚାର ନିଷ୍ପତ୍ତି ଆରବିଆଇଙ୍କ ସମ୍ମୁଖରେ ଉଠାଇବାକୁ ବି ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଋଷିଆକୁ କରାଯାଉଥିବା ପୈଠରୁ ଡଲାରକୁ ଦୂରେଇ ରଖିବାକୁ କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ବିରୋଧରେ ଋଷିଆର ଯୁଦ୍ଧ ଲାଗି ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ କଟକଣା ଜାରି କରିଛନ୍ତି। ଏଥିରେ ବ୍ୟାଙ୍କିଙ୍ଗ ସମ୍ପର୍କିତ କଟକଣା ମଧ୍ୟ ରହିଛି। ଆମେରିକା ବ୍ୟତୀତ ବ୍ରିଟେନ ଓ ଅନେକ ଇୟୁରୋପୀୟ ଦେଶ ମଧ୍ୟ କଟକଣା ଜାରି କରିଛନ୍ତି। ଏଥିରେ ଋଷିଆକୁ ଡଲାର ବଦଳେ ଅନ୍ୟ ମୁଦ୍ରାରେ ପୈଠ ଲାଗି ନିଷ୍ପତ୍ତିକୁ କୂଟନୈତିକ ବିଶ୍ଲେଷକମାନେ ଏବେ ଭିନ୍ନ ନଜରରେ ଦେଖୁଛନ୍ତି। ଏହା ପଛରେ ଡଲାରର ଶକ୍ତିକୁ ହ୍ରାସ କରିବାର ଉଦ୍ଦେଶ୍ୟ ନିହିତ ଥିବା ସେମାନେ କହିଛନ୍ତି। କାରଣ ଏପର୍ଯ୍ୟନ୍ତ ଯାହା ବି ପୈଠ ହେଉଥିଲା ତାହା ଆମେରିକୀୟ ଡଲାରରେ ହୋଇ ଆସୁଥିଲା।  

   Related Posts