ରଥ ଯାତ୍ରା: ଦୋଳବେଦୀର କମାରଶାଳ ଚଳଚଞ୍ଚଳ, ଚାଲିଛି ୬୦ ପ୍ରକାରର କଣ୍ଟା ତିଆରି

Published By : Prameya-News7 Bureau | June 17, 2023 IST

ପୁରୀ: ଆଉ ମାତ୍ର ୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ତିନି ରଥର ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଦୋଳବେଦୀର ଅସ୍ଥାୟୀ କମାର ଶାଳ ମଧ୍ୟ ଚଳଚଞ୍ଚଳ। କମାର ସେବକମାନଙ୍କ ଭାଷାରେ ଏହାକୁ ରଥ ନିର୍ମାଣ ପାଇଁ ରୋଷ ଶାଳା ମଧ୍ୟ କୁହାଯାଉଥିବା ବେଳେ ଏଠାରେ ସମସ୍ତ ପ୍ରକାର କଣ୍ଟା ତିଆରି କରାଯାଏ। ତେବେ ଆସନ୍ତୁ ଜାଣିବା କମାର ଶାଳରେ ରଥ ନିର୍ମାଣ ପାଇଁ କେମିତି ହେଉଛି କଣ୍ଟା ପ୍ରସ୍ତୁତି। 

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଭଳି ଦୋଳବେଦୀର କମାରଶାଳ ମଧ୍ୟ ଚଳଚଞ୍ଚଳ ହୋଇଥାଏ। ରଥ ନିର୍ମାଣ କାର୍ଯ୍ୟରେ ବିଶ୍ଵକର୍ମା, କରତି, ଭୋଇ, ରୂପକାର, କମାର, କରତି ଓ ଦର୍ଜୀ ସେବାୟତ ମାନଙ୍କ ଯେତିକି ଗୁରୁ ଦାୟିତ୍ବ ରହିଛି ସେତିକି କମାର ସେବକମାନଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ମହାରଣା ମାନେ ତିନିରଥ ପାଇଁ ଦୋଳବେଦୀରେ ପ୍ରସ୍ତୁତ କରିଥାନ୍ତି ସମସ୍ତ ପ୍ରକାର ରଥ କଣ୍ଟା।

{"id":804850,"sizeSlug":"full","linkDestination":"none"}

ତିନିରଥ ପାଇଁ ପ୍ରାୟ ୫୦ ରୁ ୬୦ ପ୍ରକାରର କଣ୍ଟା ଆବଶ୍ୟକ ହୋଇଥିବା  ବେଳେ ଛୋଟରୁ ବଡ ସମସ୍ତ ପ୍ରକାର କଣ୍ଟା ଏହି ରୋଷ ଶାଳାରେ ହିଁ ତିଆରି ହୁଏ। ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି, ବଳା, ଯୋଖା ଭଳି ଅନେକ ପ୍ରକାର ଗୁରୁତ୍ୱପୁର୍ଣ୍ଣ କଣ୍ଟା ତିଆରି କରିଥାନ୍ତି ଏହି କମାର ସେବକମାନେ। ତେବେ ଏହି କଣ୍ଟା ତିଆରି ପାଇଁ ସ୍ୱତନ୍ତ୍ର ଶୈଳୀ ବ୍ୟବହାର କରାଯାଇଥାଏ ବୋଲି ମୁଖ୍ୟ କମାରସେବକ କହିଛନ୍ତି।

{"id":804851,"sizeSlug":"full","linkDestination":"none"}

ରଥ କଣ୍ଟା ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲୁହା ରଡ଼୍ ଓ ଫ୍ଲଟ୍ ସହ କୋଇଲା କମାର ସେବକ ମାନଙ୍କୁ ଯୋଗାଇ ଦିଆଯାଏ। ତିନିରଥର ମୁଖ୍ୟ କମାର ସେବକ ମାନେ ପ୍ରଥମେ ତିନୋଟି ଚୁଲି ପ୍ରସ୍ତୁତ କରିଥାନ୍ତି। ଲୁହାକୁ କମାରଶାଳରେ ଗରମ କରି କଣ୍ଟା ତିଆରି ଚାଲେ ଏଥିରେ। ଏହି କାର୍ଯ୍ୟ କରିବା ସମୟରେ କମାରସେବକ ମାନେ ହବିଷ୍ୟାନ୍ନ ଗ୍ରହଣ କରି ଅତି ନିଷ୍ଠା ଓ ନିୟମର ସହିତ କାର୍ଯ୍ୟ କରିଥାନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବେଶ୍ ନିଷ୍ଠାର ସହ ଏହି ସେବାୟତମାନେ କାମ କରିବା ଦେଖାଯାଏ।

{"id":804852,"sizeSlug":"full","linkDestination":"none"}

ସ୍ୱଳ୍ପ ପାରିଶ୍ରମିକ ସତ୍ତ୍ୱେ ମହାପ୍ରଭୁଙ୍କ ସେବା ନିମିତ୍ତ ଏହି କମାର ସେବାୟତମାନେ ଆନନ୍ଦ ଉତ୍ସାହର ସହ କାର୍ଯ୍ୟ କରିଥାନ୍ତି। ଟିଣ ଘର ଭିତରେ ତିନୋଟି ଚୁଲିରେ ଜଳୁଥିବା କୋଇଲାରୁ ଲାଲ୍ ଟକ୍ ଟକ୍ ଲୁହା ଛଡ଼କୁ କାଢ଼ି କମାର ସେବକ ମାନେ ପ୍ରସ୍ତୁତ କରନ୍ତି କଣ୍ଟା। ରଥ ନିର୍ମାଣ ପାଇଁ ଆବଶ୍ୟକୀୟ ସମସ୍ତ କଣ୍ଟା ଏହି କମାରଶାଳରେ ନିର୍ମାଣ କରାଯାଉଛି। ତେବେ ମହାପ୍ରଭୁଙ୍କ ଏହି ସେବାରେ ଓଝା ସେବକମାନେ ନିୟୋଜିତ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।  

wp:heading {"level":4}

ଏ ଖବର ପଢନ୍ତୁ- ରଥ ଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ଵ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.