ସଙ୍କଟରେ ଡେ।କରା ହସ୍ତଶିଳ୍ପ

Published By : Prameya-News7 Bureau | January 11, 2020 IST

ମୁନିଗୁଡା ୧୧।୦୧ - ଓଡିଶାର ଡେ।କରା ହସ୍ତଶିଳ୍ପ ଦେଶ ବିଦେଶରେ ପରିଚିତ । ବଂଶାନୁକ୍ରମିକ ଭାବେ ଏହାକୁ ପ୍ରସ୍ତୁତ କରୁଛନ୍ତି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଗେ।ତିଗୁଡା ଗ୍ରାମବାସୀ । ଏମାନଙ୍କ ମୁଖ୍ୟ ଜୀବିକା କହିଲେ ଡେ।କରାକୁ ବୁଝାଏ । କିନ୍ତୁ ପ୍ରେ।ତ୍ସାହନ ଅଭାବରୁ ଜୀବିକା ପ୍ରତି ବିମୁଖ ହେଲେଣି କାରିଗର ।

{"id":209956,"sizeSlug":"large"}

ସଙ୍କଟରେ ଡେ।କରା ହସ୍ତଶିଳ୍ପ । ପ୍ରେ।ତ୍ସାହନ ଅଭାବରୁ ଡେ।କରାରୁ ମୁହଁ ଫେରାଇଲେଣି କାରିଗର । ରାୟଗଡା ଜିଲ୍ଲା ମୁନିଗୁଡା ଗେ।ତିଗୁଡା ଗାଁ ଡେ।କରା ହସ୍ତଶିଳ୍ପ ପାଇଁ ପରିଚିତ।ଗାଁର ୨୧ଟି ପରିବାର ଏହାକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି । ପିଲାଠୁ ବୁଢା ସମସ୍ତେ ଲାଗି ପଡନ୍ତି ଡେ।କରାରେ ପ୍ରସ୍ତୁତ ଉପକରଣ  ଗଢିବାରେ ।ମହମ,ମାଟି,କାଠ, କୋଇଲା,ଲାଖ ଓ ପିତ୍ତଳ ବ୍ୟବହାର କରି ବିଭିନ୍ନ ପ୍ରକାର ଅଳଙ୍କାର ଓ ସାଜସଜା ଉପକରଣ ତିଆରି କରାଯାଇଥାଏ I ଡୋକରା ନିର୍ମିତ ଅଳଙ୍କାର ପୂର୍ବରୁ ଆଦିବାସୀ ମାନେ ବ୍ୟବହାର କରୁଥିବା ବେଳେ ସମୟାନୁକ୍ରମିକ ଭାବେ ଦେଶ ବିଦେଶରେ ଏହାର ଚାହିଦା ବଢିଛି । କିନ୍ତୁ ବିଡମ୍ବନାର କଥା ହେଲା ଖର୍ଚ୍ଚ ଅନୁଯାଇ ପାରିଶ୍ରମିକ ପାଉ ନାହାନ୍ତି ହସ୍ତଶିଳ୍ପୀ ।

{"id":209956,"sizeSlug":"large"}

ସ୍ଥାନୀୟ ମହାଶକ୍ତି ଫାଉଣ୍ଡେସନ୍ ତରଫରୁ ଏମାନଙ୍କୁ ତାଲିମ୍ ଦିଆଯାଉଛି । ଏସବୁ ଅଳଙ୍କାର ବିଭିନ୍ନ କର୍ମଶାଳା ଓ ପଦର୍ଶନୀ ମାନଙ୍କରେ ବିକ୍ରି ମଧ୍ୟ କରାଯାଉଛି । କିନ୍ତୁ ଲାଭ କମ୍ ରହୁଥିବାରୁ ଏଥିରୁ ବିମୁଖ ହେଲେଣି କାରିଗର । ଅନ୍ୟପଟେ  କାରିଗରଙ୍କ ସମସ୍ୟା ନେଇ ଚିରାଚରିତ ଉତ୍ତର ରଖିଛନ୍ତି ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ।

ଯଦି ସରକାର ଏହି ଶିଳ୍ପୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି ଅତ୍ୟାଧୁନିକ ତାଲିମ୍ ସାଙ୍ଗକୁ ଉପକରଣ ଓ କଞ୍ଚାମାଲ୍ ଯୋଗାଇ ଦିଅନ୍ତେ ତାହେଲେ ଏହି ଶିଳ୍ପ ଦେଶ ବିଦେଶରେ ବେଶ୍ ନାଁ କମାଇ ପାରନ୍ତା  I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.