ସଟ୍ ସର୍କିଟରୁ ଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
9/01/2023 at 10:51 AM

ଧର୍ମଗଡ ୦୯/୦୧: ସର୍ଟ ସର୍କିଟରୁ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ । ଭବାନିପାଟଣା ସହର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ଏକ ଗ୍ରୋସରୀ ଦୋକାନରେ ବିଳମ୍ବିତ ରାତିରେ ଲାଗିଲା ନିଆଁ ।
ପୋଲିସ ପେଟ୍ରୋଲିଂ ସମୟରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଦୋକାନରେ ଥିବା ଫ୍ରିଜ, ଟଙ୍କା ସମେତ ସବୁ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କେଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଜଳିଥିବା ଦୋକାନ ସୁଶାନ୍ତ କୁମାର ନାଏକଙ୍କ ଦୋକାନ ବୋଲି ଜଣାପଡିଛି ।