ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ
24/05/2023 at 10:35 AM

କେନ୍ଦ୍ରାପଡା ୨୪/୦୫: ଆଳି ନୂଆବଜାରରେ ଅଗ୍ନିକାଣ୍ଡ । ଜଳିଗଲା ଜଳିଗଲା ଲକ୍ଷାଧିକ ଟଙ୍କାର କପଡା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ।
ସୂଚନାଥାଉକି, ସକାଳୁ ସକାଳୁ ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ନିଆଁ ଲାଗିଥିଲା । କ୍ଲଥ୍ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ସର୍ଟସର୍କିଟ ଯୋଗୁ ନିଆ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁରେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ପୋଡ଼ି ପାଉଁଶ ହୋଇ ଯାଇଛି ।