ଦୋକାନ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
19/02/2020 at 11:21 AM

ସାଲେପୁର ୧୯।୦୨: ନିଦ ଦୋକାନ ଭିତରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଘଟିଛି ଘଟଣା । ମୃତକ ଲକ୍ଷ୍ମୀନାରାୟଣପୁର ଗାଁର କ୍ଷୀରୋଦ ଭୋଇ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ସମୟରେ ଦୋକାନ ମଧ୍ୟରୁ ଏକ ମୃତଦେହ ଥିବାରେ ପୋଲିସ ଖବର ପାଇଥିଲା । ତେବେ ଦୋକାନରେ ଶୋଇଥିବା ବେଳେ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଉଛି । ତେବେ କଣ ପାଇଁ ହତ୍ୟା କରାଯାଇଛି, ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତେଦହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କୌଣସି ଅସ୍ତ୍ରରେ କ୍ଷୀରୋଦଙ୍କ ମୁଣ୍ଡ,ବେକ ଓ ମୁଁହକୁ ହଣା ଯାଇଥିବା ସୂଚନା ରହିଛି ।
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023