ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

କୁକୁର ମାନିଲା ଟ୍ରାଫିକ୍ ନିୟମ, ହେଲମେଟ୍ ପିନ୍ଧି ବାଇକ୍‌ରେ କଲା ଯାତ୍ରା : ଭିଡିଓ ଭାଇରାଲ୍

10/01/2020 at 7:28 AM

ଚେନ୍ନାଇ ୧୦।୧: ଆପଣ ଜାଣିଥିବେ ବର୍ତ୍ତମାନ ଟ୍ରାଫିକ୍ ନିୟମ କେତେ କଡାକଡି ହୋଇଛି । ଯିଏ ନିୟମ ଭାଙ୍ଗୁଛି ସେ ମୋଟା ଅଙ୍କର ଫାଇନ୍ ଦେଉଛି । ତଥାପି ଲୋକମାନେ ସୁଧୁରୁନାହାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ ସଚେତନ ହେବା ସହ ନିଜ ଡଗିକୁ ମଧ୍ୟ ସୁରକ୍ଷିତ ରଖୁଛନ୍ତି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବାଇକ୍ ଚଳାଉଛନ୍ତି ମାଲିକ ଆଉ ପଛରେ ବସିଛି ତାଙ୍କ ପୋଷା କୁକୁର । ଆଉ ଦୁହେଁ ବାହାରିଛନ୍ତି ବାଇକ୍ ରାଇଡରେ । ଆଉ ସବୁଠୁ ବଡ କଥା ହେଲା ଉଭୟ ପିନ୍ଧିଛନ୍ତି ହେଲମେଟ୍ । ବେସ୍ ଆରାମରେ ପୋଷା କୁକୁରଟି ହେଲମେଟ୍ ପିନ୍ଧି ବସିଛି । ମାଲିକଙ୍କ କାନ୍ଧକୁ ଧରି ମଣିଷ ଭଳି ବାଇକ୍ ରେ ବସିଛି । ଏଥିରୁ ସ୍ପଷ୍ଟ ଯେ, ବ୍ୟକ୍ତି ଜଣକ ଟ୍ରାଫିକ୍ ନିୟମକୁ କିଭଳି ମାନୁଛନ୍ତି । ବାଇକରେ ଗଲାବେଳେ ଯେଭଳି ତାଙ୍କ ପୋଷା କୁକୁର କୌଣସି ବିପଦରେ ପଡିବନି ଏହାକୁ ନଜରରେ ରଖି ନିଜ ପୋଷା କୁକୁରକୁ ବି ହେଲମେଟ୍ ପିନ୍ଧାଇଛନ୍ତି । ଏହାଦ୍ବାରା ସେ ନିଜେ ସୁରକ୍ଷିତ ଆଉ ଡଗି ବି ।

ଏଭଳି ଦୃଶ୍ୟ ହେଉଛି ତାମିଲନାଡୁର । ଯେଉଁମାନେ ହେଲମେଟ୍ ପିନ୍ଧୁନାହାନ୍ତି ସେମାନେ ଏହି ଭିଡିଓ ଦେଖିଲା ପରେ ନିଶ୍ଚିତ ସଚେତନ ହୋଇଯିବେ । ଆଉ ବାଇକରେ ଗଲାବେଳେ ହେଲମେଟ୍ ପିନ୍ଧିବାକୁ ଜମାରୁ ବି ଭୁଲିବେନି । ଟ୍ବିଟରରେ ଏହି ଭିଡିଓକୁ ସେୟାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଲେଣି ।

   Related Posts