ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଡାକ୍ତରଖାନା ପରିସରରେ ପାଗଳ କୁକୁର ଆତଙ୍କ, କାମୁଡାରେ ୮ ଜଣ ଆହତ

15/07/2022 at 9:17 PM

ଟିଟିଲାଗଡ଼, ୧୫/୦୭: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କୁକୁର ଆତଙ୍କ ଦେଖାଦେଇଛି । ଆଜି ଏକ ପାଗଳା କୁକୁର ଆକ୍ରମଣ କରି ୮ ଜଣ ଲୋକଙ୍କୁ ଆହତ କରିଛି  । ସୂଚନାଯୋଗ୍ୟ ଯେ, ଡାକ୍ତରଖାନାକୁ କିଛି ଲୋକ ନିଜର ତଥା ପରିଜନମାନଙ୍କ ଚିକିତ୍ସା ପାଇଁ ଆସିବା ବେଳେ ପାଗଳା କୁକୁରର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ନିକଟରେ ଥିବା  କନ୍ୟାଆଶ୍ରମ ଭିତରକୁ ପଶି ଜଣେ ଛାତ୍ରୀଙ୍କୁ ମଧ୍ୟ କାମୁଡି ଦେଇଥିବା ଜଣାପଡିଛି ।

ସମସ୍ତ ୭ ଜଣଙ୍କୁ ସଇଁନ୍ତଳା ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିବା ବେଳେ ଛାତ୍ରୀ ଜଣଙ୍କୁ ଅଧିକ କ୍ଷତ ଥିବାରୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପାଗଳ କୁକୁର ଆତଙ୍କ ପାଇଁ ଡାକ୍ତରଖାନାକୁ ଆସିବାକୁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଏଇ ପାଗଳା କୁକୁରକୁ କାବୁ କରାଯାଇପାରି ନାହିଁ ।

   Related Posts