ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଡାକ୍ତରଖାନାର ଅଭାବନୀୟ ଚିତ୍ର: ତଳେ ଶୋଉଛନ୍ତି ରୋଗୀ, ବେଡ୍‌ରେ ଶୋଉଛନ୍ତି କୁକୁର

25/08/2022 at 7:11 PM

ଆନନ୍ଦପୁର, ୨୫।୮: ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଚାଲିଥିବା ସ୍ୱାସ୍ଥ୍ୟ ସେବାର  ଅସଲ ଟିତ୍ର ଏବେ ପଦାରେ ପଡିଛି ।  ଏଠାରେ ରୋଗୀମାନେ ତଳେ ଶୋଇଥିବା ବେଳେ ଧୋବ ଫରଫର ବେଡସିଟ୍ ପକା ଖଟରେ କୁକୁରମାନେ ଶୋଇଛନ୍ତି ।  ମେଡିକାଲ ଓ୍ବାର୍ଡରେ ରାତିର ଏହି ବିକଳ ଦୃଶ୍ୟକୁ କେହି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଏବେ ଏହା ଭାଇରାଲ ହେଉଛି ।

ପ୍ରତ୍ୟେକ ଲୋକଙ୍କ ପାଇଁ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କାର ବାର୍ଷିକ ବ୍ୟୟ ବରାଦ କରୁଛନ୍ତି । ହେଲେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ଖାମଖିଆଲ୍‌ ମନୋଭାବ ଯୋଗୁଁ ସରକାରୀ ଯୋଜନା ସବୁ ବାବୁ ମାନଙ୍କ ଦ୍ବାରା କିଭଳି ଚାଲିଛି ତାହା ସ୍ପଷ୍ଟ ଜଣାପଡୁଛି । ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଲୋକ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲେକେ । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲେଚନା କରି ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

   Related Posts