ଆରମ୍ଭ ହେଲା କୁକୁର ପ୍ରଦର୍ଶନି: ଆସିଛନ୍ତି ୩୦ ପ୍ରଜାତିର କୁକୁର, ହେଉଛି ବିଭିନ୍ନ ପ୍ରତିଯୋଗିତା

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର ୦୯/୧୨: ଭୁବନେଶ୍ୱରରେ ୩ ଦିନିଆ କୁକୁର ପ୍ରଦର୍ଶନି ଆରମ୍ଭ  ହୋଇଛି। ଏଥିରେ ୩୦ ପ୍ରଜାତିର କୁକୁର ବିଭିନ୍ନ କଳା କୌଶଳ ଦେଖାଇବେ। ବିଦେଶୀ କୁକୁରଙ୍କ କମାଲ ଦେଖିବାକୁ ଭୁବନେଶ୍ୱରବାସୀଙ୍କ ଭିଡ଼ ଲାଗିଛି ପ୍ରଦର୍ଶନିରେ। ରବିବାର ଅର୍ଥାତ ଶେଷଦିନ ଆହୁରି ଲୁକ୍କାୟିତ ପ୍ରତିଭା ଦେଖାଇବେ ପ୍ରାୟ ୪୦୦ କୁକୁର। ଭୁବନେଶ୍ୱରର ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏହାକୁ ବେଶ ଜାକଜକମରେ ଆୟୋଜନ କରାଯାଇଛି। ଓଡିଶା କେନାଲ କ୍ଲବ ପକ୍ଷରୁ ଏହି କୁକୁର ପ୍ରଦର୍ଶନି ଭଳି ଏକ ଭିନ୍ନ ଢଙ୍ଗର କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

{"id":719303,"width":493,"height":277,"sizeSlug":"full","linkDestination":"none"}

କଲିକତା, ଗୁଜୁରାଟ, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟରୁ ପ୍ରଦର୍ଶନିକୁ ଆସିଛନ୍ତି ବିଦେଶୀ କୁକୁର। ଶୁକ୍ରବାର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ ଜର୍ମାନ ସେଫର୍ଡ ଡଗ୍‌। ଏଥିରେ ଦୌଡ଼, ଶାରୀରିକ ସୁସ୍ଥତା, ବିଶ୍ୱାସ, ଭଳି ନୂଆ ନୂଆ ପ୍ରତିଯୋଗିତା କୁକୁରଙ୍କ ପାଇଁ ହେବ। ଏହାକୁ ପରଖିବା ପାଇଁ ବିଦେଶରୁ ବିଚାରକ ମଧ୍ୟ ଆସିଛନ୍ତି। ପ୍ରତ୍ଯକ କୁକୁରକୁ ତନ ତନ କରି ପରଖୁଛନ୍ତି ବିଚାରକ ମଣ୍ଡଳି। ଶୁକ୍ରବାର ହୋଇଥିବା ଦୌଡ଼ ପ୍ରତିଯୋଗିତାକୁ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ବେଶ ଜମିଥିଲା।

wp:embed {"url":"https://youtu.be/_89i-OxqLTs","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/_89i-OxqLTs
/wp:embed

ଏହି ପ୍ରଦର୍ଶନି ଆହୁରି ୨ ଦିନ ରହିଛି। ଶେଷ ଦିନ ସୁପର ଧମାକା ଦେଖାଇବେ ବିଦେଶୀ କୁକୁର। ଶନିବାର, ରବିବାର ଲାବ୍ରାଡର ରିଟ୍ରାଇଭ, ଡୋଗରମ୍ୟାନ ଭଳି ଆହୁରି ୩୦ଟି ପ୍ରଜାତିର କୁକୁରଙ୍କ ଏକାସାଙ୍ଗରେ ପ୍ରତିଯୋଗିତା ହେବ। କୃତି କୁକୁରଙ୍କୁ ଶେଷ ଦିନ ଅତିଥିମାନେ ପୁରସ୍କୃତ କରିବେ। ଶୁକ୍ରବାର ସକାଳ ୮ରୁ ଦିନ ୩ଟା ପର୍ଯ୍ୟନ୍ତ ଏହା ହୋଇଥିଲା। ସେହିପରି ଶନିବାର ୧୦ରୁ ଦିନ ୧୨ଟା ଯାଏ ଲାବ୍ରାଡାର ରିଟ୍ରାଇଭର ପ୍ରଜାତିର କୁକୁରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଶେଷ ଦିନ ଅର୍ଥାତ ରବିବାର ସବୁ ପ୍ରଜାତିର କୁକୁରଙ୍କ ଭିତରେ ଚମ୍ପିୟାନସିପ ଡଗ ସୋ ହେବ। ଏହାକୁ କେବଳ ରାଜଧାନୀବାସୀ କାହିଁକି ଅଣ ଓଡ଼ିଆ ମାନେ ମଧ୍ୟ ଦେଖିବାକୁ ଭୁବନେଶ୍ୱରରେ ପହଞ୍ଚିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.