ବୁଡି ଯାଉଥିଲେ ମାଲିକ, ପାଣିକୁ ଡେଇଁପଡିଲା କୁକୁର

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ ୨୫/୦୫: କୁକୁରକୁ ସବୁଠୁ ବିଶ୍ବସ୍ଥ ଜୀବ ବୋଲି କୁହାଯାଏ। ଏହି ଜୀବ ମାଲିକର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇପାରେ। ମଣିଷ ଧୋକ୍କା ଦେଇପାରେ କିନ୍ତୁ ଉପକାର ପାଇଥିବା କୁକୁର କେବେ ଧୋକ୍କା ଦିଏନି ବୋଲି କୁହାଯାଏ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ନିକଟରେ ଭାଇରାଲ୍‌ ହେଉଥିବା ଭିଡିଓରେ। ମାଲିକକୁ ବଞ୍ଚାଇବା ପାଇଁ କୁକୁର ପାଣି ଭିତରକୁ ଡେଇଁପଡିଛି। ନିଜ ଜୀବନ ବିଷୟରେ ଚିନ୍ତା ନକରି ମାଲିକ ପାଇଁ ପୋଖରୀକୁ ଡେଇଁ ପଡିଛି।
ଟ୍ବିଟରରେ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓରେ  ମାଲିକ ଜଣଙ୍କ ବୁଡିଯିବାର ଅଭିନୟ କରୁଛନ୍ତି। ପାଣି ଭିତରୁ ବୁଡି ସେ  ଛଟପଟ ହୋଇ ଚିତ୍କାର କରୁଛନ୍ତି। ମାଲିକର ଚିତ୍କାର ଶୁଣି ଦୌଡି ଆସୁଛି କୁକୁର। ବିକଳରେ ଏପଟ ସେପଟେ ଧାଉଁଥିବା ଦେଖାଦେଇଛି। ଶେଷରେ ସେ କିଛି ଚିନ୍ତା ନକରି ପାଣି ଭିତରକୁ ଡେଇଁ ପଡୁଚି କୁକୁର।  ଏହାପରେ ମାଲିକର ହାତକୁ ଧରି ସେ ପାମିରୁ ବାହାର କରୁଛି। ମାଲିକ ହାତକୁ ଟାଣି ଟାଣି ସେ ପୋଖରୀ କୂଳକୁ ଆଣୁଥିବାର ଦେଖାଦେଉଛି।
ମାଲିକର କୁକୁର ପ୍ରତି ଏଭଳି ଭଲ ପାଇବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସତରେ କୁକୁର ଭାରୀ ବିଶ୍ବାସୀ ବୋଲି ତାର ପୁଣି ଥରେ ପ୍ରମାଣ ମିଳିଛି।   ଟ୍ବିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ୪ଲକ୍ଷକୁ ଅଧିକ ଲୋକ ଦେଖିସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.