ନୂଆଦିଲ୍ଲୀ ୧୮/୦୫, କୁହାଯାଏ ଏକତା ହି ଶକ୍ତି। ପରସ୍ପରର ସାହାଯ୍ୟ ଏବଂ ସହଯୋଗ ଦ୍ବାରା ସମ୍ଭବ ହୋଇପାରେ ଅନେକ କଷ୍ଟ ସାଧ୍ୟ କାମ। ସେଥିପାଇଁ କହାଯାଏ Alone we can do so little,together we can do so much। ଅର୍ଥାତ ଏକା ଆମେ ଖୁବ୍ କମ କାମ କରିପାରିବା କିନ୍ତୁ ଏକାଠି ବହୁତ କିଛି କରିହେବ। ସେମିତି ଏକତାର ଶକ୍ତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏକାଠି ହୋଇ ଏକ ଗ୍ରୁପ୍ କୁକୁରକୁ ଉଦ୍ଧାର କରିଛନ୍ତି। ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍ ହେଉଛି।
ବିପଦପୂର୍ଣ୍ଣ ସ୍ଥାନକୁ ଯାଇ କୁକୁରକୁ ଉଦ୍ଧାର କରିଛନ୍ତି କିଛି ଲୋକ। ପାମିର ପ୍ରଖର ସ୍ରୋତରେ କୁକୁରଟି ଫସି ରହିଥିଲା। ଆଉ କିଛି ସମୟ ପରେ କୁକୁର ଭାସିଯିବାର ମଧ୍ୟ ସମ୍ଭାବନା ଥିଲା। କିନ୍ତୁ କିଛି ଯୁବକଙ୍କ ଉଦ୍ୟମ ଏବଂ ମାନବିକତା ଆଚରଣ ପାଇଁ କୁକୁରଟି ରକ୍ଷା ପାଇଯାଇଛି।
କେନାଲ୍ ଧାରରେ ହାତକୁ ହାତ ଛନ୍ଦି ପାଣିପର୍ଯ୍ୟନ୍ତ ପହଞ୍ଚୁଛନ୍ତି ଯୁବକ। କୁକୁରକୁ ପାଣିରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।
ଭିଡିଓଟିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟିକେ ବି ଅସାବଧନତା ପାଇଁ କାହାର ବି ଜୀବନ ଯାଇପାରିଥାନ୍ତା। ଭିଡିଓ ଦେଖିବା ପରେ ଲୋକେ ଯୁବକଙ୍କ ଏକତା ଏବଂ ମନୋବଳକୁ ପ୍ରଶଂସା କରିଚନ୍ତି। ଏଭଳି ଇଚ୍ଚା ସକ୍ତି ଏବଂ ସ୍ପିରିଟ୍ ଥିଲେ ଯେ କୌଣସି ଅସମ୍ଭବ କାମ ସହଜରେ କରିହେବ ବୋଲି କହିଛନ୍ତି ଲୋକେ। ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନ୍ରେ ମଣିଷଙ୍କ ଶକ୍ତି ଏବଂ ସାହାସ ଏହା ନିଦର୍ଶନ ହୋଲି ଲେଖାଯାଇଛି।