ସୀମାରେ ମୁତୟନ ଥିଲା କୁକୁର, ଗର୍ଭବତୀ ହେଲା କେମିତି ?

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ ୦୧।୦୧ : ସେନା କୁକୁର ଗର୍ଭବତୀ । ଭାରତ-ବାଂଲାଦେଶ ସୀମାରେ ମୃତୟନ ଥିବା ଏକ ସ୍ନିଫର କୁକୁର ଗର୍ଭବତୀ ହେବା ସହ ତିନି ଛୁଆକୁ ଜନ୍ମ ଦେଇଛି ।  ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡ୍ୟୁଟିରେ ଥାଇ କୁକୁର ଗର୍ଭବତୀ ହୋଇପାରିବନି ବୋଲି ବିଏସ୍‌ଏଫ୍‌ର ନିୟମ ରହିଛି । ହେଲେ ଏଠାରେ କିପରି ଏହି ନିୟମ ଉଲ୍ଲଘଂନ ହେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।    

ବିଏସ୍‌ଏଫ୍‌ ସୈନ୍ୟଙ୍କ ସହି ମୁଖ୍ୟ ଚେକ୍‌ ପୋଷ୍ଟମାନଙ୍କ ତାଲିମପ୍ରାପ୍ତ କୁକୁର ମୁତୟନ ହୋଇଥାଏ । ମୃତୟନ ହୋଇଥିବା କୁକୁରମାନେ ସନ୍ଦିଗ୍ଧ ବସ୍ତୁକୁ ଚିହ୍ନଟ କରିବା ସହ ଦୋଷୀଙ୍କୁ ଧରିବାରେ ସହାୟତା କରିଥାନ୍ତି । ଯଦି କୁକୁର ଗର୍ଭବତୀ ହୋଇଥାଏ । ତେବେ ତାରା ଘ୍ରାଣ ଶକ୍ତି କମିଯାଇଥାଏ । ସେହି ସମୟରେ କୁକୁର ଠିକ୍‌ ଭାବେ ଡ୍ୟୁଟି କରିପାରିନଥାଏ । ତେଣୁ ସୀମାରେ ମୃତୟନ କୁକୁର ଗର୍ଭବତୀ ହୋଇପାରିବନି ବୋଲି ବିଏସ୍‌ଏଫ୍‌ର ନିୟମ ରହିଛି । କିନ୍ତୁ ଭାରତ-ବାଂଲାଦେଶ ସୀମାରେ ମୁତୟନ ଥିବା କୁକୁର ଗର୍ଭବତୀ ହେବା ସହ ୩ଟି ଛୁଆକୁ ଜନ୍ମ ଦେଇଛି । ଗତ ୫ ତାରିଖରେ ଏହି ଘଟଣା ଘଟିଥିଲା ।

ବିଏସ୍‌ଏଫ୍‌ରେ ଭର୍ତ୍ତି ହୋଇଥିବା କୁକୁରର ଦେଖାରେଖା ପାଇଁ କେୟାରଟେକରଙ୍କୁ ଦାୟିତ୍ୱ ଦିଆଯାଇଥାଏ । କୁକୁର ଯେପରି ଅନ୍ୟ କୌଣସି କୁକୁର ସଂସ୍ପର୍ଶରେ ନଆସେ । ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଥାଏ । ହେଲେ ଏଠାରେ କୁକୁର ଗର୍ଭବତୀ ହେଲା କେମିତି ? ଏପିରିକି ଦାୟିତ୍ୱରେ ଥିବା କେୟାରଟେକର ଠିକ୍‌ ଭାବେ ତୁଲାଇ ନଥିବା ଅଭିଯୋଗ ଆସିଛି । ସେପଟେ ଘଟଣା ଜଣାପଡ଼ିବା ପରେ ତଦନ୍ତ ନିର୍ଦ୍ଦେଶ  ଦିଆଯାଇଛି । କୁକୁରର କେୟାରଟେକରଙ୍କୁ  ଏଥିପାଇଁ ଦାୟୀ କରାଯାଉଥିବା ବେଳେ  ଦୋଷ ପ୍ରମାଣିତ ହେଲେ ତାଙ୍କ ବିରୋଧରେ  କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେନା  ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.