oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାତିଛି ପାଗଳା କୁକୁର, କାମୁଡ଼ାରେ ୧୫ ଆହତ

25/12/2021 at 9:31 AM

ପାଟଣା ୨୫।୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ପାଗଳ କୁକୁରର ଆତଙ୍କ । ପାଗଳ କୁକୁର କାମୁଡାରେ ୧୫ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାର ଅଞ୍ଚଳରେ  ଏକ ପାଗଳା କୁକୁର ଆତଙ୍କ ଖେଳାଇଛି । ଯାହାଫଳରେ ଏହି ପାଗଳ କୁକୁର  କାମୁଡ଼ାରେ ୮ଜଣ ଗୁରୁତର ହୋଇଛନ୍ତି । ଏଥିରେ ଜଣେ ଶିଶୁ ଥିବା ଜଣା ପଡ଼ିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ତୁରୁମୁଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏହି କୁକୁର କାମୁଡ଼ାରେ ତୁରୁମୁଙ୍ଗାର ମିନତୀ ସିଂହ(୪୬) ପ୍ରତୀକ୍ଷା ସାହୁ(୨), ଭବାନୀ ସାହୁ(୨୦), ଶିରିଷ ଚନ୍ଦ୍ର ସାହୁ(୭୩), ରୂପାଲି ସାହୁ(୧୦), କୃଷ୍ଣଚନ୍ଦ୍ର ସାହୁ(୭୫),  ଚେମଣାର ସାଧୁ ଚରଣ ମହାନ୍ତ(୩୬) ଓ ତୁରୁମୁଙ୍ଗା ଢାବା ନିକଟରେ ଥିବା ପଶ୍ଚିମବଙ୍ଗ ଧାକୁରିଆର ପ୍ରତାପ ଦାସ (୨୪) ଏବଂ ଜଗଦୀଶ ଚନ୍ଦ୍ର ସାହୁଙ୍କ ଏକ ବାଛୁରୀ ସମେତ ପାଖାପାଖି ୧୫ ଜଣଙ୍କୁ ଆହତ ହୋଇଥିବା ଜଣାପଡିଛି

   Related Posts