ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା, କେବଳ ୩୦ ମିନିଟ୍‌ରେ ୬ ଅଭିଯୁକ୍ତଙ୍କୁ ଧରାଇଲା କୁକୁର

Published By : Prameya-News7 Bureau | August 19, 2021 IST

ଭୋପାଳ ୧୯/୦୮: କ୍ଷେତରେ କାମ କରୁଥିବା ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଦେଲେ ସୈତାନ। କ୍ଷେତ ପାଖରୁ ଶବ ମିଳିବା ପରେ ପୋଲିସ ପହଞ୍ଚି ପ୍ରଥମେ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ପୋଲିସକୁ ସନ୍ଦେହ ହୋଇଥିଲା ହତ୍ୟା ପୂର୍ବରୁ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥାଇପାରେ । ଦୁଷ୍ମର୍ମ ପରେ ହତ୍ୟା ହୋଇଥିବା ସନ୍ଦେହରେ ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ । ଏସଆଇଟ୍‌ ଗଠନ ହୋଇଥିଲା ଏବଂ ଏଥିରେ ଗୋଟିଏ ସନ୍ଧାନୀ କୁକୁରକୁ ମଧ୍ୟ ସାମିଲ କରାଯାଇଥିଲା ।  କିନ୍ତୁ ଏହି କୁକୁର କେବଳ ୩୦ ମିନିଟ୍‌ରେ ମାମଲା ସମାଧାନ କରିଦେଇଛି ।

ଗୁଜୁରାଟର ଭଦୋଦରାରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସକୁ ସଫଳତା ମିଳିଛି । ପୋଲିସର ସଫଳତା ପଛରେ ରହିଛି ସନ୍ଧାନୀ କୁକୁର। ତେବେ ମିଳିଥିବା ସୂଚନା ଅନୁସାରେ, କ୍ଷେତ ନିକଟରେ ପଡ଼ି ରହିଥିବା ଶବ ନିକଟକୁ ପ୍ରଥମେ କୁକୁରକୁ ନିଆଯାଇଥିଲା। ମହିଳାଙ୍କ ବେକରେ ଥିବା ଓଢ଼ଣୀ ଏବଂ ପାଖରେ ପଡ଼ିଥିବା ପାଣି ବୋତଲୁକୁ ଶୁଙ୍ଘି ଅପରାଧୀ ଖୋଜା ଅଭିଯାନ ଆରମ୍ଭ କରିଥିଲା କୁକୁର।

ପାଖାପାଖି  ୭୦୦ ମିଟିର ଯିବା ପରେ ସେଠାରେ ଥିବା ଏକ ଟେଣ୍ଟ ପାଖରେ ଅଟକି ଯାଇଥିଲା । ସେଠାରେ ଦୀର୍ଘ ଦିନ ହେବ କୌଣସି ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ରହିଆସୁଛନ୍ତି। ପୋଲିସ ସେହି ପରିବାରମାନଙ୍କୁ ପଚାରିବାରୁ ଜଣଙ୍କ ଉପରେ ସନ୍ଦେହ ହୋଇଥିଲା। ସେ କିନ୍ତୁ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ସନ୍ଦିଗ୍ଧ ହିଁ ବଖାଣିଥିଲା ଗଣଦୁଷ୍କର୍ମ ଏବଂ ହତ୍ୟାର ଲୋକଟାଙ୍କୁରା କାହାଣୀ । ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା​ରେ ସାମିଲ ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ଧରାଇଛି ପ୍ରଥମ ଅଭିଯୁକ୍ତ । ଆଇପିସି ଧାରା ୩୦୨ରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଏଥିରେ ଧାରା ୩୭୬ (ଗଣଦୁଷ୍କର୍ମ) ଯୋଡ଼ିଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.