ବାଲିପଟା ଗାଁରେ ଆତଙ୍କ: କୁକୁର କାମୁଡାରେ ୧୩ ଆହତ, ଜଣେ ଶିଶୁ ମୃତ

Published By : Prameya-News7 Bureau | October 13, 2022 IST

ପାଟଣାଗଡ଼,୧୩/୧୦: ପାଟଣାଗଡ଼ ବ୍ଲକର ବାଲିପଟା ଗାଁରେ କୁକୁର ଆତଙ୍କ । ଆଜି ସକାଳୁ ବାଲିପଟାରେ ପ୍ରଥମେ ପାଗଳ କୁକୁର ସରପଞ୍ଚଙ୍କୁ କାମୁଡିବା ପରେ ଗାଁର ୧୩ ଜଣଙ୍କୁ ବୁଲି ବୁଲି କାମୁଡିଥିଲା । ପରେ ନିକଟରେ ଥିବା ଗାଁ କଲଙ୍ଗା ପାଲିକୁ ଯାଇ ଏକ ମହିଳାଙ୍କୁ ମଧ୍ୟ କାମୁଡି ଥିଲା । ପାଟଣାଗଡ଼ ଡାକ୍ତରଖାନାକୁ ଆସି ସମସ୍ତେ ଚିକିତ୍ସିତ ହୋଇଥିଲେ । ଚିକିତ୍ସିତ ହେଉଥିବା ସମୟରେ ୩ ବର୍ଷର ଶିଶୁକନ୍ୟା ଦୀପା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.