କୁକୁର କାମୁଡ଼ାରେ ହରିଣର ମୃତ୍ୟୁ, ପାହାଡରୁ ଚାଲି ଆସିଥିବା ବେଳେ ଆକ୍ରମଣ
23/06/2023 at 11:55 AM

ଚଣ୍ଡୀଖୋଲ ୨୩/୦୬: ବିପଦରେ ପଶୁ ସମ୍ପଦ । କୁକୁର କାମୁଡ଼ାରେ ଛୁଆ ହରିଣର ମୃତ୍ୟୁ । ଖବର ପାଇ ମୃତ ହରିଣକୁ ଜବତ୍ କଲ ବୈରି ରେଞ୍ଜ ବନ କର୍ମଚାରୀ । ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ସୋଲର PTI ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ ମୃତ ଅବସ୍ଥାରେ ହରିଣଟି ପଡିଥିବା ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଗୁରୁବାର ବର୍ଷା ହୋଇ ଥିବା ବେଳେ ହରିଣଟି ଧନିଆ ପାହାଡ଼ରୁ ରାସ୍ତା ଆଡ଼କୁ ଚାଲି ଆସିଥିବା ବେଳେ କୁକୁର କାମୁଡାରେ ମରି ପଡ଼ିଥିବା ଅନୁମାନ କରାଯାଉଛି । ଖବରପାଇ ଵୈରି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣକୁ ଛତିଆ ପଶୁ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ନିଆଯାଇଥିବା ଫରେଷ୍ଟର ସୂଚନା ଦେଇଥିଲେ ।
Related Posts
ଭାଙ୍ଗିଲା ଓପିଜିସି ଆସ୍ପଣ୍ଡ, ପାଉଁଶ ମିଶ୍ରିତ ଜଳ ଗାଁ ମୁହାଁ
9 December 2023
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ତିନି ଗୁରୁତର
9 December 2023