ପଶୁ ହେଲେ ବି ମାଆ ; ଦୁର୍ଘଟଣାରେ ଆହତ ଛୁଆକୁ ଛାଡିଗଲା ନାହିଁ ମାଆ କୁକୁର

Published By : Prameya-News7 Bureau | January 27, 2020 IST

ଭଦ୍ରକ ୨୭।୦୧: ଆହତ କୁକୁର ଛୁଆକୁ ଜଗବସିଲା ମା । ଛୁଆ  ଓ ମା କୁକୁର ରାସ୍ତା ପାର ହେଉଥିଲେ । କିନ୍ତୁ ରାସ୍ତା ପାର ହେଉଥିବା ବେଳେ ଗୋଟିଏ ବାଇକ ଆସିଥିଲା । ମା କୁକୁର ଟି ରାସ୍ତା ପାର ହୋଉଯାଇଥିଲେ ମଧ୍ୟ ଛୁଆ କୁକୁରଟି ରାସ୍ତା ପାର ହୋଇପାରିନଥିଲେ । ରାସ୍ତାରରେ ଯାଉଥିବା ବାଇକଟି ଛୁଆ କୁକୁରର ଗୋଡ ଉପରେ ଚଢିଯାଇଥିଲା । ଫଳରେ ସେ ରକ୍ତାକ ହୋଇ ରାସ୍ତାରେ ପଡିରହିଥିଲା । ଶେଷରେ ରାସ୍ତା ପାର ହୋଇଥିବା ମାଆ ଆସି ନିଜ ଛୁଆ କୁକୁରକୁ ଜଗିରହିଥିଲା । ରାସ୍ତା ଅନେକ ଲୋକ ଯାତାୟାତ କରୁଥିଲେ ବି କେହି ଉଦ୍ଧାର କରିନଥିଲେ  । ଦୁର୍ଘଟଣାରେ ଆହତ ହୋଇଥିବା ଛୁଆ ପାଖରେ ସେହିପରି ଭାବରେ ଜଗିରହିଥିଲେ ମାଆ କୁକୁର ଏବଂ ତାକୁ ଚାଟୁ ଥିଲା ।  

{"id":216576,"sizeSlug":"large"}

କିଛିସମୟ ପରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯିବା ସମୟରେ ଦେଖିଲେ ଯେ ରାସ୍ତାରେ ମାଆ ଓ ଛୁଆ କୁକୁର ପଡିରହିଛନ୍ତି । ବ୍ୟକ୍ତିଜଣଙ୍କ କୁକୁର ଛୁଆକୁ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । କୁକୁର ଛୁଆର ଚିକିତ୍ସା ପରେ ବ୍ୟକ୍ତି ଜଣଙ୍କ ପୁଣି ଦୁର୍ଘଟଣା ଘଟିଥିବା ସ୍ଥାନକୁ ନେଇ ଯାଇଥିଲେ ।  ଦୁର୍ଘଟଣା ସ୍ଥଳରେ ମାଆ କୁକୁରଟି ସେହିପରି ଭାବରେ ବସି ରହିଥିଲା । ଶେଷରେ ନିଜ ଛୁଆକୁ ପାଇ ମା କୁକୁରଟି ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଥିଲା । ଭଦ୍ରକ ଜିଲ୍ଲା ଆରଡି ଛକ ନିକଟରେ ଘଟିଛି ଏହି ଘଟଣା । ତେବେ ସୋସିଆଲ ମିଡିଆରେ ଏହି ଚିତ୍ରକୁ ଖୁବ ଭାଇରାଲ ହେବାରେ ଲାଗିଛି ।

{"id":216577,"sizeSlug":"large"}

ତେବେ କୁକୁରୁ ଛୁଆକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ନାମ କ୍ଷୀତିଶ ସାମନ୍ତ ନାୟକ ବୋଲି ଜଣାପଡିଛି । ସେ ନିଜ ଝିଅକୁ ସ୍କୁଲକୁ ଛାଡିବାକୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି ।

{"id":216578,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.