ନୂଆଦିଲ୍ଲୀ ୨୨।୦୨: ଶରୀରକୁ ସୁସ୍ଥ ରଖିବାକୁ ଆମେ ଅନେକ ଚେଷ୍ଠା କରୁ । ଏଥିପାଇଁ ଭଲ ଖାଦ୍ୟ ମଧ୍ୟ ଖାଇଥାଉ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହା ଶରୀର ପାଇଁ କିଛି ମାତ୍ରାରେ ଲାଭଦାୟକ ହୋଇଥିବା ବେଳେ କିଛି ମାତ୍ରାରେ ଖରାପ ମଧ୍ୟ କରିଥାଏ ।
{"id":912387,"sizeSlug":"full","linkDestination":"none"}
ଏପରି ଏକ ଜିନିଷ ହେଉଛି ଖଜୁରୀ । ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଉପରକାରୀ । ଏଥିରେ ମ୍ୟାଗ୍ନେସିୟମ୍, ଭିଟାମିନ୍ କେ, କପର୍, ସେଲେନିୟମ୍, ପ୍ରୋଟିନ୍, ଫାଇବର ଭରପୁର ମାତ୍ରାରେ ରହିଥାଏ । ଖଜୁରୀ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା, ମସ୍ତିଷ୍କ ଏବଂ ହାଡକୁ ମଜବୁତ କରିବାରେ ଖୁବ ଲାଭଦାୟକ ଅଟେ ।
{"id":912388,"sizeSlug":"full","linkDestination":"none"}
ଖଜୁରୀରେ ପୋଷକ ତତ୍ତ୍ୱ ସହିତ କ୍ୟାଲୋରି ବି ବହୁତ ମାତ୍ରାରେ ରହିଥାଏ । ଅର୍ଥାତ୍ ୧୦୦ ଗ୍ରାମ ଖଜୁରୀରେ ୨୭୭ କ୍ୟାଲୋରୀ ମିଳିଥାଏ । ଖଜୁରୀରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ, ଯାହା ଶରୀରର ଓଜନ ବୃଦ୍ଧିର କାରଣ ହୋଇପାରେ । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢିଥାଏ । ଯଦି ପ୍ରତିଦିନ ଖଜୁରୀ ଖାଉଛନ୍ତି, ତେବେ ଦିନକୁ ଦୁଇଟି ଖଜୁରୀ ଖାଆନ୍ତୁ ।
{"id":912389,"width":839,"height":559,"sizeSlug":"full","linkDestination":"none"}
ଏହା ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବ । କିନ୍ତୁ ଯଦି ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଦିନକୁ ୪ଟି ଖଜୁରୀ ଖାଇପାରିବେ । ଆପଣ ଖଜୁରୀକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇପାରିବେ । କିନ୍ତୁ ଏହାକୁ ଖାଦ୍ୟ ଖାଇବାର ତୁରନ୍ତ ପରେ ଖାଆନ୍ତୁ ନାହିଁ । ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ତେଣୁ ଅଧିକ ଖଜୁରୀ ଖାଇବା ଠାରୁ ଦୂରେଇ ରହିବ ଉଚିତ୍ ।
You Can Read:
wp:embed {"url":"https://www.prameyanews7.com/which-foods-contain-the-most-protein-eggs-or-cheese/","type":"wp-embed","providerNameSlug":"prameya-news-7"}