oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଫିଲ୍ମ ‘ବେଲ ବଟମ୍’ର ମରଜାୱାଁ ଉପରେ ଲାଗିଲା କପି କରିଥିବା ଅଭିଯୋଗ, ୟୁଜର୍ କହିଲେ- ‘ଗନ୍ଦି କପି’

7/08/2021 at 8:38 AM

ମୁମ୍ବାଇ ୦୭/୦୮ : ଅନେକ ଥର ଫିଲ୍ମ ଉପରେ ବିଭିନ୍ନ ଉପାୟରେ କପି କରୁଥିବାର ଅଭିଯୋଗ ହୋଇଆସିଛି। କେବେ ଫିଲ୍ମର କାହାଣୀ ନକଲ କରାଯାଉଥିବା ଅଭିଯୋଗ ହୋଇଛି, ତ ଆଉ କେବେ ସଙ୍ଗୀତ କିମ୍ବା ପୋଷ୍ଟର ଉପରେ । ସେହିପରି ଅକ୍ଷୟ କୁମାର ଏବଂ ଭାନି କପୁରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ୍’ ର ଗୀତ ‘ମରଜାୱାଁ’ ଉପରେ ଆଇଡିଏସନ୍ ଚୋରି କରିଥିବା ଅଭିଯୋଗ ହୋଇଛି।

ଅଗଷ୍ଟ ୧୯ ରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ୍’ ରିଲିଜ୍ ପାଇଁ ପ୍ରସ୍ତୁତ । ତେଣୁ ଶୁକ୍ରବାର ଦିନ ଫିଲ୍ମର ଗୀତ ‘ମରଜାୱାଁ’ ରିଲିଜ୍ ହୋଇଥିଲା। ଗୀତର ପୋଷ୍ଟର ଗୀତ ରିଲିଜ୍ ହେବା ପୂର୍ବରୁ ହୋଇଥିଲା । ଯାହା ଦେଖୁ ଦେଖୁ ଭାଇରାଲ ହୋଇଥିଲା, ଅନେକ ସୋସିଆଲ ମିଡିଆ ୟୁଜର୍ ଦାବି କରିଥିଲେ ଯେ ଏହା ଟ୍ରାଭେଲ ଇନଫ୍ଲୁଏନ୍ସ ଫଟୋର କପି ବୋଲି ।

‘ମରଜାୱାଁ’ର ପୋଷ୍ଟର ଉପରେ କପି କରିବାର ଅଭିଯୋଗ ହେଉଛି । କିଛି ସୋସିଆଲ ମିଡିଆ ୟୁଜର୍ ମଧ୍ୟ ଫିଲ୍ମର ପୋଷ୍ଟରକୁ ଟ୍ରୋଲ କରି ଏହାକୁ ଗନ୍ଦି କପି ବୋଲି କହୁଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ପୋଷ୍ଟ ରହିଛି । ଅନ୍ୟପକ୍ଷରେ ଅନେକ ସୋସିଆଲ ମିଡିଆ ୟୁଜର୍ ଅକ୍ଷୟଙ୍କ ସପକ୍ଷରେ କହୁଛନ୍ତି ଯେ ଏହା ଏକ ସାଧାରଣ ପୋଜ୍ ଏବଂ ତେଣୁ ଏହାକୁ ଏକ କପି ବୋଲି କହିବା ଭୁଲ ହେବ । ଏଥି ସହିତ, ‘ମରଜାୱାଁ’ର ପୋଷ୍ଟର ଏବଂ ଅନ୍ୟାନ୍ୟ ପୋଷ୍ଟର ମଧ୍ୟରେ ବହୁତ ପାର୍ଥକ୍ୟ ଅଛି, ତେଣୁ ଏହାକୁ କପି ବୋଲି କହିବା ଭୁଲ ହେବ ।

କିଛି ସମୟ ପୂର୍ବରୁ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ ରାଧେ- ଶ୍ୟାମର ଏକ ପୋଷ୍ଟର ରିଲିଜ୍ ହୋଇଥିଲା ​​। ଫିଲ୍ମର ସେହି ଦୃଶ୍ୟ ଟ୍ରେନ୍ ସହିତ ମଧ୍ୟ ଜଡିତ ଥିଲା, ତେଣୁ ପୋଷ୍ଟର କପି ହୋଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା ।

   Related Posts