Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବିବାଦ ଘେରରେ ଫିଲ୍ମ ‘କାଳୀ’ର ପୋଷ୍ଟର, ନିର୍ମାତାଙ୍କୁ ଗିରଫ କରିବା ନେଇ ଉଠିଲା ଦାବି

4/07/2022 at 6:10 PM

ନୂଆଦିଲ୍ଲୀ, ୦୪/୦୭: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଛିଡ଼ା ହୋଇଛି । ଫିଲ୍ମର ପୋଷ୍ଟର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ଜୁଲାଇ ୨ରେ ରିଲିଜ୍‌ କରିଥିଲେ । ଏହି ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍‌ ପିଉଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ତାଙ୍କର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍‌ଜିବିଟି ସମୁଦାୟର ସାତରଙ୍ଗୀ ପତାକା ରହିଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଦୁଇଟିକୁ ନେଇ ବିବାଦ ଦେଖାଦେଇଛି ।

ନିର୍ମାତା ଲୀନାଙ୍କୁ ଏଥିପାଇଁ ଭର୍ତ୍ସନା ମଧ୍ୟ କରାଯାଉଛି । କିଛି ସୋସିଆଲ୍‌ ମିଡିଆ ୟୁଜର ନିର୍ମାତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । #arrestleenamanimekalai ନାମରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି । ପୋଷ୍ଟରରେ ମା କାଳୀଙ୍କ ଅପମାନ କରାଯାଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ହିନ୍ଦୁ ସମାଜର ଭାବନା ପ୍ରତି ଲୀନା ଆଘାତ କରିଥିବା ଅଭିଯୋଗ କରାଯାଉଛି ।

ଲୀନା ତାଙ୍କର ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ସେୟାର କରି କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ କାନାଡ଼ା ଫିଲ୍ମ ଫେଷ୍ଟିଭାଲ୍‌ରେ ଲଞ୍ଚ କରାଯାଇଛି । ସେ ତାଙ୍କର ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । କିନ୍ତୁ ପୋଷ୍ଟର ରିଲିଜ୍‌ ହେବା ପରେ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।   

   Related Posts