Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

୨୬ ବର୍ଷୀୟ ଯୁବକ ପେଟରୁ ବାହାରିଲା ଭୋଡକା ବୋତଲ, ଜଣକୁ ଗିରଫ କଲା ପୋଲିସ୍‌

11/03/2023 at 10:31 PM

ନୂଆଦିଲ୍ଲୀ, ୧୧/୦୩: ନେପାଳରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ପେଟରୁ ଏକ ଭୋଡକା ବୋତଲ ବାହାର କରିଛନ୍ତି ଡାକ୍ତର। ଏହି ଘଟଣାରେ ଜଣକୁ ପୋଲିସ୍‌ ଗିରଫ ମଧ୍ୟ କରିଛି। ଯୁବକ ଜଣକ ପେଟରେ ତୀବ୍ର ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ତାଙ୍କ ପେଟରେ ଏକ ଭୋଡକା ବୋତଲ ଥିବା ଜଣାପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ନେପାଳ ଗୁଜରା ମ୍ୟୁନିସିପାଲିଟିର ବାସିନ୍ଦା ନୁରସଦ ମନସୁରୀଙ୍କ ପେଟରୁ ବାହାର କରାଯାଇଛି ଏହି ବୋତଲ। ରାଉତହାଟ ଜିଲ୍ଲାର। ହସ୍ପିଟାଲରେ ତାଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା ଏବଂ ପ୍ରାୟ ଅଢ଼େଇ ଘଣ୍ଟାର ସର୍ଜରୀ ପରେ ତାଙ୍କୁ ପେଟରୁ ବୋତଲଟିକୁ କଢ଼ାଯାଇଥିଲା। ବୋତଲ ତାଙ୍କ ପେଟରେ ଅନ୍ତନଳୀକୁ ଚିରି ପକାଇଥିଲା ଫଳରେ ତାଙ୍କର ପେଟରେ ରକ୍ତସ୍ରାବ ଯୋଗୁଁ ତାଙ୍କୁ ତୀବ୍ର ଯନ୍ତ୍ରଣା ଅନୁଭବ ହୋଇଥିଲା। ତେବେ ଏବେ ସେ ସୁରକ୍ଷିତ ଥିବା ନେଇ କହିଛନ୍ତି ଡାକ୍ତର।

ପୋଲିସ୍ ଅନୁଯାୟୀ ନୁରସଦଙ୍କ ବନ୍ଧୁମାନେ ତାଙ୍କୁ ମଦ ପିଆଇ ନିଶାସକ୍ତ ଅବସ୍ଥାରେ ବଳପୂର୍ବକ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବୋତଲ ପୂରାଇଦେଇଥିବା ନେଇ ଅନୁମାନ କରୁଛି ପୋଲିସ୍‌। ରାଉତାହାଟ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ମାମଲାରେ ଶେଖ୍‌ ସାମିମ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଏହା ସହ ତାଙ୍କର କିଛି ସାଙ୍ଗଙ୍କୁ ମଧ୍ୟ ପଚରାଉଚରା କରୁଛି।

   Related Posts