କରୋନା ଲାଗି ରାମ ଦେବଙ୍କ ଅଶ୍ୱଗନ୍ଧା ଔଷଧକୁ ନେଇ ପ୍ରଶ୍ନ ଉଠାଇଲେଡାକ୍ତର, କହିଲେ ଯୋଗ ଗୁରୁଙ୍କ ବୟାନ ବିଭ୍ରାନ୍ତିକର

Published By : Prameya-News7 Bureau | March 18, 2020 IST

ମୁମ୍ବାଇ ୧୮। ୩:  ଚୀନ ଉହାନରୁ ବ୍ୟାପିଥିବା କରୋନା ସଂକ୍ରମଣ ସାରା ବିଶ୍ୱଲାଗି ଏବେ ଚିନ୍ତାର କାରଣ ପାଲଟିଛି। ଦୈନିକ ଶହଶହ ଲୋକଙ୍କ ମୃତ୍ୟୁର କାରଣ ହୋଇଛି ଭୂତାଣୁ ସିଓଭିଆଇଡି-୧୯ । କରୋନା ଇତିମଧ୍ୟରେ ଭାରତକୁ ଆସି ସାରିଥିବା ବେଳେ କାୟା ବିସ୍ତାର କରିବାରେ ଲାଗିଲାଣି। ଦୈନିକ ନୂଆନୂଆ ଲୋକେ କରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଥିରେ ପତଞ୍ଜଳୀ ସଂସ୍ଥାପକ ତଥା ଯୋଗ ଗୁରୁ ବାବା ରାମଦେବଙ୍କ ଏକ ବୟାନ ବିବାଦ ସୃଷ୍ଟି  କରିଛି। 

{"id":240507,"sizeSlug":"large"}

ସିଓଭିଆଇଡି-୧୯ ସଂକ୍ରମିତଙ୍କ ଉପଚାର ଲାଗି କୌଣସି ଔଷଧ ଆବିଷ୍କୃତ ହୋଇନି କି ଏପର୍ଯ୍ୟନ୍ତ ଏହାର ଟିକା ବିକାଶ ବି କରାଯାଇନି। ଏଣୁ ସଂକ୍ରମିତ ରୋଗୀଙ୍କୁ ଏକାନ୍ତରେ ରଖାଯିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିବା ବେଳେ ବାବା ରାମଦେବ ତାଙ୍କ ପତଞ୍ଜଳି ଆୟୁର୍ବେଦ ଏହାର ଚିକିତ୍ସା ଖୋଜିସାରିଥିବା କହିଛନ୍ତି। କେବଳ ଏତିକି ନୁହେଁ ଅଶ୍ୱଗନ୍ଧା ଦ୍ୱାରା ଏହାର ଚିକିତ୍ସା ସମ୍ଭବ ବୋଲି ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ହାତରେ ଏକ ଔଷଧିୟ ଗଛ ଧରିଥିବା ଦେଖାଯାଇଛି।

{"id":240508,"sizeSlug":"large"}

ବୈଜ୍ଞାନିକ ଗବେଷଣା ଦ୍ୱାରା ଆମେ ଜାଣିବାକୁ ପାଇଛୁ କରୋନା ପ୍ରୋଟିନକୁ ମାନବ ପ୍ରୋଟିନ ସହ ମିସିବାରେ ଅଶ୍ୱଗନ୍ଧା ଅଟକାଉଛି ବୋଲି ରାମଦେବ ଭିଡିଓରେ କହୁଛନ୍ତି। ତେବେ ଗବେଷଣାର ପ୍ରମାଣ ସେ ଦେଇ ନାହାନ୍ତି। ହେଲେ ତାଙ୍କର ଏପରି ବିଭ୍ରାନ୍ତିକର ବୟାନ ଲୋକଙ୍କ ମଧ୍ୟରେ ଅସୁରକ୍ଷାର ମାହୋଲ ସୃଷ୍ଟି କରିବ ବୋଲି ପବ୍ଲିକ ହେଲଥ୍ ଫାଉଣ୍ଡେସନ ଅଫ ଇଣ୍ଡିଆର ଇପିଡେମିଓଲଜି ବିଭାଗ ପ୍ରଫେସର ଡା.ଗିରିଧର ବାବୁ କହିଛନ୍ତି।

{"id":240511,"sizeSlug":"large"}

ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଉତ୍ପାଦ ଦେଶରେ ବେଶ ଲୋକପ୍ରିୟ ଓ ଅନେକ ଲୋକ ତାଙ୍କର ଅନ୍ଧ ଅନୁଗାମୀ ମଧ୍ୟ। ଯଦିଓ ଭାରତର ଆୟୁର୍ବେଦ ଚିକିତ୍ସା ଶହଶହ ବର୍ଷ ପ୍ରାଚୀନ ତଥାପି କରୋନା ଭଳି ସଂକ୍ରାମକ ରୋଗ ସମ୍ପର୍କରେ ଲୋକଙ୍କୁ ଭ୍ରମିତ କରିବାର ଏହା ସମୟ ନୁହେଁ ବୋଲି ଡା.ବାବୁ କହିଛନ୍ତି। ଏଣୁ ବାବା ରାମଦେବ, ପତଞ୍ଜଳି ଓ ଏଭଳି ସଂସ୍ଥାମାନଙ୍କର କରୋନା ସଂମ୍ପର୍କିତ ବିଜ୍ଞାପନ ଏବଂ ଔଷଧକୁ ତୁରନ୍ତ ନିଷିଦ୍ଧ କରିବାକୁ ଦାବି କରିଛନ୍ତି।

{"id":240512,"width":578,"height":248,"sizeSlug":"large"}

ଦେଶରେ କରୋନା ସଂକ୍ରମିତଙ୍କ ଆଗମନ ସହ ନାନା ଗୁଜବ ପ୍ରଚାରିତ ହେଉଛି। ଲୋକେ ଏଥିପାଇଁ ଔଷଧ ଥିବାର ବି ଦାବି କରୁଛନ୍ତି। ଦେଶରେ ୧୩୦ କୋଟି ଲୋକେ ବସବାସ କରୁଛନ୍ତି। ଏଥିରେ ରାମଦେବ ଓ ତାଙ୍କ ଭଳି ସଂସ୍ଥାଙ୍କ ଔଷଧ ଲୋକଙ୍କୁ ଭ୍ରମିତ କରିବ ବୋଲି ଡା. ବାବୁ କହିଛନ୍ତି। ଯାହା ଦେଶରେ ଏଭଳି ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡିବ ବୋଲି ସେ ସତର୍କ କରାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.