୮ ଦଫା ଦାବିରେ ଆୟୁଷ ଡାକ୍ତରଙ୍କ ପ୍ରତିବାଦ, ଢେଙ୍କାନାଳରୁ ୩୨ ଡାକ୍ତର ସାମିଲ, କଳା ବ୍ୟାଚ୍ ପିନ୍ଧି କରୁଛନ୍ତି ଡ୍ୟୁଟି

Published By : Prameya-News7 Bureau | August 08, 2020 IST

ଢେଙ୍କାନାଳ, ୦୮|୦୮:  ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ୮ଦଫା ଦାବିରେ ପ୍ରତିବାଦ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ପ୍ରତିବାଦରେ ସାମିଲ ରାଜ୍ୟ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ସଙ୍ଘର ଆହ୍ୱାନରେ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ୩୨ଜଣ ଡାକ୍ତର କଳା ବ୍ୟାଚ୍ ପରିଧାନ କରିଛନ୍ତି ।

ଶନିବାର ଢେଙ୍କାନାଳ ସ୍ଥିତ କୋଭିଡ ହସ୍ପିଟାଲ ସମ୍ମୁଖରେ ଏହି ଡାକ୍ତରମାନେ ଏକ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି ଡାକ୍ତରମାନେ କୋଭିଡ ହସ୍ପିଟାଲରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଏକ ହଜାର ଟଙ୍କା ଆଲାଉନସ , ନିଯୁକ୍ତିର ସ୍ଥାୟୀ, ଅନ୍ୟ ଆୟୁଷ ଡାକ୍ତରଙ୍କ ପରି ମାନ୍ୟତା ପ୍ରଦାନ କରିବାକୁ ସେମାନେ ୮ଦଫା ଦାବି କରିଛନ୍ତି।

ଏହା ପୂରଣ ପାଇଁ ବାରମ୍ବାର ମିଶନ ନିର୍ଦେଶକ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ଆସୁଥିଲେ ମଧ୍ୟ ଏମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୧୫ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହେଲେ ସେମାନେ ସମସ୍ତେ କାର୍ଯ୍ୟବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.