କୋରାପୁଟ ୩।୭: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଡ଼ାକ୍ତର ଅବହେଳା ଯୋଗୁଁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ମେଡିକାଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ମାତୃ ଓ ଶିଶୁ ବିଭାଗ ସମ୍ମୁଖରେ ମୃତଦେହ ରଖି ଡାକ୍ତରଙ୍କୁ ନିନ୍ଦା କରିଛନ୍ତି ପରିବାର ।
ସୂଚନାଯୋଗ୍ୟ ଯେ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଡ଼ାକ୍ତର ଅବହେଳା ଯୋଗୁଁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ମାଳିଗୁଡା ଗ୍ରାମର ରାଧିକା ଖରା ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଶିଶୁ ପୁତ୍ର ଜନ୍ମ ହେବାର କିଛି ଘଣ୍ଟା ପରେ ମା’ ରାଧିକା ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ବର୍ଗ ବାରମ୍ବାର ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ କେହି ଡାକ୍ତର ପହଞ୍ଚି ନଥିଲେ । ପରିବାର ଲୋକ ଏଭଳି ଅଭିଯୋଗ କରିଛନ୍ତି । କିଛି ସମୟ ପରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
You Can Read :
wp:embed {"url":"https://www.prameyanews7.com/hyva-turnover-in-house-two-hospitalized-in-kendrapara/","type":"wp-embed","providerNameSlug":"prameya-news-7"} /wp:embed