ବିମାନରୁ ମିଳିଲା ମୃତଦେହ, କରୋନା ଆଶଙ୍କାରେ ପୋଷ୍ଟମଟର୍ମ କରିବାକୁ ଡରିଲେ ଡାକ୍ତର

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ, ୧୫|୦୩:   କରୋନାକୁ ନେଇ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚୀନ ସମେତ ଅନ୍ୟ ଦେଶରେ ଏହି ଭାଇରସ ୫୫୦୦ରୁ ଅଧିକ ମୁଣ୍ଡ ନେଲାଣି। ଏହା ମଧ୍ୟରେ ମାଲେସିଆରୁ ବିଳମ୍ବିତ ରାତ୍ରରେ ଭାରତ ଫେରିଥିବା ଏକ ବିମାନରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିଲା। ଏହାକୁ ନେଇ ବିମାନ ବନ୍ଦରରେ ଭୟର ବାତାବରଣ ଖେଳିଯାଇଥିଲା।

{"id":238891,"width":745,"height":495,"sizeSlug":"large"}

ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଜଣଙ୍କ ୪ ମାସ ପୂର୍ବେ ମାଲେସିଆ ଯାଇଥିଲେ। ଯେତେବେଳେ ବିମାନ ମାଲେସିଆରୁ ବାହାରି ଅମୃତସରରେ ପହଁଚିଲା ସେତେବେଳେ ବ୍ୟକ୍ତିଜଣଙ୍କ ମୃତଦେହ ମିଳିଥିଲା। ବ୍ୟକ୍ତିଜଣଙ୍କ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

{"id":238893,"width":765,"height":574,"sizeSlug":"large"}

ମୃତକ ହେଲେ ୪୧ ବର୍ଷୀୟ ହୁକମ୍ ସିଂ। ସେ ଅମୃତସରର ଗଣ୍ଡେ ଗ୍ରାମରେ ରୁହନ୍ତି। ତେବେ ତାଙ୍କ ମୃତଦେହ ମେଡିକାଲରେ ପହଁଚିବା ପରେ ଡାକ୍ତରମାନେ ଭୟଭୀତ ହୋଇ ପଡିଥିଲେ। ଏପରିକି ତାଙ୍କ ପୋଷ୍ଟମଟର୍ମ କରିବା ପାଇଁ ମଧ୍ୟ ରାଜି ହୋଇନଥିଲେ। ଏବେ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.