ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବୁର୍ଲା ଭୀମସାର୍‌ରେ ଡାକ୍ତରଙ୍କ ଦାଦାଗିରି : ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ସହ ନିର୍ଯାତନା ଅଭିଯୋଗ, ଦେଖନ୍ତୁ ଭିଡିଓ

21/10/2019 at 11:40 AM

ସମ୍ବଲପୁର ୨୧।୧୦: ଡାକ୍ତରଖାନାରେ କଙ୍ଗାରୁକୋର୍ଟ । ବୁର୍ଲା ଭୀମସାର୍‌ରେ ଡାକ୍ତରଙ୍କ ଦାଦାଗିରି । ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଭିଡିଓ ସାମ୍ନାକୁ ଆସିଛି । ପୋଲିସ ଉପସ୍ଥିତରେ ଏସବୁ ହେଉଥିଲେ ବି ପୋଲିସ ନୀରବଦ୍ରଷ୍ଟା ସାଜିଛି ।

ଗତକାଲି ଜଣେ ରୋଗୀଙ୍କ ପୁଅକୁ ବୁର୍ଲା ଡାକ୍ତରଖାନାରେ ମାଡ ମାରିବା ସହ ତାକୁ କାନ ଧରାଇବା ଓ ଗୋଡ ଧରି କ୍ଷମା ମାଗିବାକୁ ବାଧ୍ୟ କରାଯାଇଛି । କିଛି ଦିନ ତଳେ ଝାରସୁଗୁଡା ଲଇକେରା ଅଞ୍ଚଳର ଥର ସୁନ୍ଦର ବେହେରା ବୁର୍ଲା ନ୍ୟୁରୋ ସର୍ଜରୀ ବିଭାଗକୁ ଦେଖାଇବାକୁ ଆସିଥିଲେ । ତେବେ ବୁର୍ଲାରେ ଥିବା ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ତାଙ୍କୁ ସେଠାରେ ଆଡମିଟ୍ ନକରି ନିକଟସ୍ଥ ସମଲେଶ୍ବରୀ ନର୍ସିଂହୋମକୁ ନେଇ ସେଠାରେ ତାଙ୍କର ଚିକିତ୍ସା କରିଥିଲେ ।

ତେବେ ଚିକିତ୍ସା ସରିଥିଲେ ବି ତାଙ୍କୁ ଡିସଚାର୍ଜ କରୁନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଡିସଚାର୍ଜ କରିବାକୁ ତାଙ୍କ ପୁଅ ବୁର୍ଲା ଯାଇ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ଅନୁରୋଧ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଓ ଡାକ୍ତର ତାଙ୍କୁ ଚାପୁଡା ମାରିଥିଲେ । ପରେ ଡାକ୍ତର ଜଣଙ୍କ  ଅନ୍ୟ ଡାକ୍ତରଙ୍କୁ ଡାକି ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ବୁର୍ଲା ଫାଣ୍ଡିରେ ଦେଇଥିଲେ ।

ଘଟଣାସ୍ଥଳରେ ବୁର୍ଲା ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ଉପସ୍ଥିତ ଥିଲେ । ଏହାସହ ଅତିରିକ୍ତ ଏସ୍‌ପି ସୁଶାନ୍ତ ଦାସ, ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର, ବୁର୍ଲା ଆଇଆଇସି ବିଭୂତି ଭୂଷଣ ଭୋଇ, ହୀରାକୁଦ ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ବି ସମସ୍ତେ ଚୁପ୍‌ ହୋଇ ଠିଆ ହୋଇଥିବା ମଧ୍ୟ ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । 

   Related Posts