ମହାରାଣୀ ଏଲିଜାବେଥ୍ ଅସୁସ୍ଥ, ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଡାକ୍ତରୀ ଟିମ
8/09/2022 at 7:53 PM

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ଖବର ସାମନାକୁ ଆସିଛି । ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମହାରାଣୀଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତର ଚିନ୍ତିତ ଅଛନ୍ତି ଏବଂ ଡାକ୍ତରୀ ଟିମଙ୍କ ନଜରରେ ତାଙ୍କୁ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ୯୬ ବର୍ଷୀୟ ମହାରାଣୀ ଗତ ବର୍ଷ ଅକ୍ଟୋବରରେ ଅନେକ ଥର ଅସୁସ୍ଥ ହୋଇଥିଲେ । ପରେ ଚାଲିବା ଏବଂ ଠିଆ ହେବାରେ ସେ ସମସ୍ୟା ଅନୁଭବ କରିଥିଲେ । ବର୍ତ୍ତମାନ ସମୟରେ ବାଲ୍ମୋରାଲ୍ କ୍ୟାସେଲରେ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମହାରାଣୀ ନିଜର ଫ୍ରିବି କାଉନସିଲ ବୈଠକ ରଦ୍ଦ କରିଥିଲେ । ଡାକ୍ତରୀ ଟିମ ବିଶ୍ରାମ ନେବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର କଞ୍ଜରଭେଟିଭ ପାର୍ଟିର ନେତା ଲିଜ୍ ଟ୍ରସଙ୍କୁ ଅନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।
ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଜାରି ବୟାନ ଅନୁସାରେ, ମହାରାଣୀ ବାଲ୍ମୋରାଲ୍ କ୍ୟାସେଲରେ ଅଛନ୍ତି । ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଏବଂ ନାତି ପ୍ରିନ୍ସ ୱିଲିୟନ ମହାରାଣୀଙ୍କ ପାଖକୁ ଯିବା ପାଇଁ ବାହାରି ସାରିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଟ୍ରସ କହିଛନ୍ତି, ବକିଙ୍ଗହମ୍ ପ୍ୟାଲେସର ଏହି ଖବରକୁ ନେଇ ସାରା ଦେଶ ଚିନ୍ତିତ ରହିଛି। ଏହି ସମୟରେ ମୋର ଏବଂ ସାରା ଦେଶର ଶୁଭେଚ୍ଛା ମହାରାଣୀ ଏବଂ ତାଙ୍କ ପରିବାର ସହ ରହିଛି। ତାଙ୍କର ଆରୋଗ୍ୟର କାମ କରୁଛୁ।
The whole country will be deeply concerned by the news from Buckingham Palace this lunchtime.
— Liz Truss (@trussliz) September 8, 2022
My thoughts – and the thoughts of people across our United Kingdom – are with Her Majesty The Queen and her family at this time.