oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁରକ୍ଷା କିଟ୍ ମାଗିଲେ ପାକିସ୍ତାନରେ ଡାକ୍ତରଙ୍କୁ ପିଟୁଛି ପୋଲିସ, ଚାକିରୀ ଛାଡି ପଳାଉଛନ୍ତି ହସ୍ପିଟାଲ ଷ୍ଟାଫ

6/07/2020 at 6:41 PM

ମୁଜଫରାବାଦ ୬।୭:  କରୋନା ଯୋଗୁ ଏବେ  ପାକିସ୍ତାନରେ ହାହାକାର ପଡିଛି। ଡାକ୍ତରଙ୍କୁ ସୁରକ୍ଷା କିଟ୍‌ ଯୋଗାଇ ଦେବାରେ ଇମ୍ରାନ ସରକାର ବିଫଳ ହୋଇଥିବା ବେଳେ ଏଥିଲାଗି ଦାବି କରି ଅନେକ ଡାକ୍ତର ପୋଲିସର ଲାଠିମାଡ ଖାଇଛନ୍ତି। ଏଣୁ ବିଭିନ୍ନ ହସ୍ପିଟାଲରୁ ଡାକ୍ତରମାନେ ଇସ୍ତଫା ଦେଇ ଚାକିରୀ ଛାଡି ପଳାଉଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମଧ୍ୟ କରୋନା ଭୟରେ ହସ୍ପିଟାଲ ଆସିବା ବନ୍ଦ କରିସାରିଲେଣି। ଫଳରେ ଦେଶରେ ସ୍ୱାସ୍ଥ୍ୟ ସେବା ଅବସ୍ଥା ସଂକଟାପନ୍ନ ହୋଇପଡିଛି।

ସେପଟେ ସରକାରଙ୍କ ଅଜବ କଟକଣା ମଧ୍ୟ ଡାକ୍ତରଙ୍କୁ ଚିକିତ୍ସା ସେବା ଯୋଗାଇଦେବାର ସଂକଟ ସୃଷ୍ଟି କରିଛି। ଯଦି କେହି ଅସୁସ୍ଥ କରୋନା ପଜିଟିଭ ଚିହ୍ନଟ ପୂର୍ବରୁ ପ୍ରାଣ ହରାଏ ତେବେ ତାକୁ କରୋନା ମୃତ୍ୟୁ ହିସାବ ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଏପରି ଦୈନିକ ହଜାର ହଜାର ଲୋକେ ଦେଶରେ ପ୍ରାଣ ହରାଉଥିବା ବେଳେ ନେତା,ମନ୍ତ୍ରୀ ଓ ସାଂସଦ ବି ସଂକ୍ରମଣରୁ ଏବେ ବାଦ ଯାଉ ନାହାନ୍ତି। ଏଥିରେ ଇମ୍ରାନଙ୍କ ପରାମର୍ଶଦାତା ଡା.ଜାଫର ମିର୍ଜା ନିଜକୁ ନିଜେ କରୋନା ପଜିଟିଭ ଘୋଷଣା କରି ନିଜ ଘରେ ନିଜର ନିର୍ବାସନ କରାଇଥିବା ଟ୍ୱିଟ୍‌ କରିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

ତେବେ ଦେଶରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ଚାକିରୀ ଛାଡିଛୁଡି ପଳାଉଥିବା ଏବେ ଚିନ୍ତାଜନକ ହୋଇଛି। ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୋଟିଫିକେସନ ଅନୁସାରେ ବିଭିନ୍ନ ସରକାରୀ ହସ୍ପିଟାଲରୁ ଏପର୍ଯ୍ୟନ୍ତ ୪୮ ଜଣ ଡାକ୍ତର ଇସ୍ତଫ ଦେଇସାରିଲେଣି। ଏଥିରେ ଲାହୋରର ମେୟୋ ହସ୍ପିଟାଲ, ସର୍ଭିସେସ୍ ହସ୍ପିଟାଲ, ଜିନ୍ନା ହସ୍ପିଟାଲ, ଜେନେରାଲ ହସ୍ପିଟାଲ ଓ ଶେଖ ଜାୟଦ ଆଦି ହସ୍ପିଟାଲରୁ ପ୍ରାୟ ଡାକ୍ତର ଚାକିରୀ ଛାଡିସାରିଲେଣି। ଏଥିରୁ ଦେଶର ବାକି ହସ୍ପିଟାଲରେ ଡାକ୍ତରଙ୍କ ସ୍ଥିତି କଣ ତାହା ସହଜରେ ଅନୁମାନ କରାଯାଇପାରେ।

ଦେଶରେ ଗୋଟିଏ ପଟେ କରୋନା ମାଡି ଚାଲିଥିବା ବେଳେ ମୃତ୍ୟୁହାର ମଧ୍ୟ ବଢିବଢି ଚାଲିଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଟେଷ୍ଟିଂ ପୂର୍ବର ମୃତ୍ୟୁକୁ କରୋନାରେ ମିସାଯାଉନି। ଏ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମକୁ ମଧ୍ୟ ଦିଯାଉନି। ଏଥିରେ ଡାକ୍ତରଙ୍କ ଅଭାବ ଦେଶରେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଲୋକଙ୍କୁ ଗୁରୁତର ସଂକଟରେ ପକାଇଛି।

   Related Posts