oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

୫୦ଟଙ୍କାରେ ଚିକିତ୍ସା କରୁଛନ୍ତି ଡାକ୍ତର, ଗରିବଙ୍କୁ କରୁଛନ୍ତି ଆର୍ଥିକ ସାହାଯ୍ୟ

8/01/2022 at 5:13 PM

ପାଟନା,୦୮/୦୧; ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ। ଆଉ ଏହି ବିଶ୍ବାସ କୁ ଅଳ୍ପ କିଛି ଡାକ୍ତର କାୟମ ରଖିପାରିଛନ୍ତି। ଆଜି ଆମେ ବିହାରର ଏମିତି ଏକ ଡାକ୍ତରଙ୍କ ବିଷୟରେ କହିବୁ ଯିଏ ରୋଗୀଙ୍କୁ ୫୦ ଟଙ୍କାରେ ଚିକିତ୍ସା କରୁଛନ୍ତି। ଡାକ୍ତରୀ ଡିଗ୍ରୀ ହାସଲ୍‌ କରିବା ପରେ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରୁଥିବା ଏହି ଡାକ୍ତର ଜଣଙ୍କ ହେଲେ, ଡାକ୍ତର ରାମନନ୍ଦନ ସିଂହ।

ବିହାର ଶେଖପୁରର ବରବିଘାରେ ରହୁଥିବା ରାମନନ୍ଦନ ଦୀର୍ଘ ୩୫ ବର୍ଷ ହେବ ରୋଗୀଙ୍କୁ ଏଭଳି ସେବା ଯୋଗାଇଆସୁଛନ୍ତି। ଏକ ସାକ୍ଷାତକାରରେ ରାମନନ୍ଦନ କହିଛନ୍ତି, “୩୫ବର୍ଷ ପୂର୍ବେ ରାଞ୍ଚି ରିମ୍ସରେ ଏମ୍‌ବିବିଏସ୍‌ କରିବା ପରେ ମୁଁ ନିସ୍ବାର୍ଥ ଭାବରେ ଲୋକଙ୍କ ସେବା କରିବା ପାଇଁ ମନସ୍ଥ କଲି। ନିଜ ଲୋକଙ୍କ ଗହଣରେ ରହି ମୁଁ କମ୍‌ ଟଙ୍କାରେ ସେବା ଜାରିରଖିବା ପାଇଁ ମୋ ଗାଁକୁ ଚାଲିଗଲି। ସେଠାରେ ୫ଟଙ୍କା ଫି ନେଇ ମୁଁ ପ୍ରଥମେ ରୋଗୀ ସେବା ଆରମ୍ଭ କଲି। ଫି ର ମୂଲ୍ୟ ଏବେ ୫ଟଙ୍କାରୁ ବଢି ୫୦ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।”

ରାମନନ୍ଦନଙ୍କ କହିବା ଅନୁଯାୟୀ, ସେ ଏହି ୫୦ଟଙ୍କା କେବେଳ ଏଥିପାଇଁ ନେଉଛନ୍ତି କାରଣ ତାଙ୍କ ପାଖରେ କାମ କରୁଥିବା ୧୫-୨୦ ଲୋକଙ୍କୁ ପାରିଶ୍ରମିକ ମିଳିପାରିବ।

ରାମନନ୍ଦନଙ୍କ ପାଖକୁ ଦିନକୁ ପାଖାପାଖି ୩୦୦ ଲୋକ ଆସନ୍ତି। ସକାଳ ୮ଟାରୁ ସଧ୍ୟା ୮ଟା ପର୍ଯ୍ୟନ୍ତ ରାମନନ୍ଦନଙ୍କ ହସ୍ପିଟାଲ୍‌ ଖୋଲାଯାଏ। ଏଥିସହ ଯଦି କେହି ରୋଗୀ ଜରୁରୀ ଚିକିତ୍ସା ଆବଶ୍ୟକ କରନ୍ତି ରାମନନ୍ଦନ ସେଠାରେ ପହଞ୍ଚି ତାଙ୍କର ଚିକିତ୍ସା କରିଥାନ୍ତି। ଶେଖପୁର ବ୍ୟତୀତ ନବାଦା, ପାଟନା, ନାଲନ୍ଦା, ଜମୁଇ, ଲଖିସରାୟ, ନାଲନ୍ଦା ପରି ଆଖ ପାଖ ଅଞ୍ଚଳରୁ ମଧ୍ୟ ରୋଗୀ ଆସି  ତାଙ୍କ ନିକଟରେ ଚିକିତ୍ସିତ ହୋଇଥାନ୍ତି। ରାମନନ୍ଦନ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ଏବଂ ମାଗଣା ଚିକିତ୍ସା କରାଇବାର ମଧ୍ୟ ନଜିର୍‌ ରହିଛି।

ରାମନନ୍ଦନଙ୍କ କହିବା ଅନୁଯାୟୀ, କେବଳ କମ୍‌ ଟଙ୍କାରେ ଚିକିତ୍ସା ପାଇଁ ନୁହେଁ, କୋଭିଡ୍‌ ସମୟରେ ସେ ପ୍ରଦାନ କରିଥିବା ସୁରକ୍ଷିତ ଚିକିତ୍ସା ପଦ୍ଧତି ପାଇଁ ଲୋକମାନେ ତାଙ୍କ ହସ୍ପିଟାଲ୍‌କୁ ଆସିଥାନ୍ତି। ଚିକିତ୍ସା ପ୍ରତି ଲୋକଙ୍କ ବିଶ୍ବାସ ହିଁ ରୋଗୀଙ୍କୁ ତାଙ୍କ ନିକଟକୁ ଟାଣି ଆଣେ।

   Related Posts