ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ଧାରୀ ଚିକିତ୍ସା, ଟର୍ଚ୍ଚ ଲାଇଟ୍ରେ ଚାଲିଛି ରୋଗୀସେବା
14/07/2023 at 3:03 PM

ପାଟଣାଗଡ଼ ୧୪।୭: ମୋବାଇଲ ଟର୍ଚ୍ଚ ଲାଇଟ୍ରେ ଚାଲିଛି ରୋଗୀ ସେବା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ଥିବା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀ ସେବା ଚାଲିଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କଥା କହୁଛନ୍ତି । କିନ୍ତୁ ବେଲପଡ଼ା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଲାଇଟ ନଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଂଚଳର ବହୁ ଗାଁର ଲୋକେ ନିର୍ଭର କରିଥାନ୍ତି । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀନମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ବେଲପଡା ତାରିଣୀ ମନ୍ଦିର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇତିଲା । ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ଯୁବକ ବାଇକରେ କଣ୍ଟାବାଞ୍ଜି ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସେଠାରୁ ତାଙ୍କୁ କିଛି ସ୍ବେଚ୍ଛାସେବୀ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତରଖାନାରେ ଲାଇନ ନଥିବାରୁ ଡାକ୍ତର ମୋବାଇଲ ଲାଇଟରେ ଚିକିତ୍ସା କରିଥିଲେ । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
You Can Read :