‘କରୋନା ଯୋଦ୍ଧା’ ଭାବେ ଡାକ୍ତରଙ୍କୁ ସ୍ବାଗତ କରିଥିଲେ ପଡୋଶୀ, ରିପୋର୍ଟ ପଜିଟିଭ୍ ଆସିବା ପରେ ଘରକୁ ଆସିବାକୁ ଦେଲେନି

Published By : Prameya-News7 Bureau | May 09, 2020 IST

ମୁମ୍ବାଇ ୯।୫: ନାସିକ ସିଭିଲ୍ ହସ୍ପିଟାଲର ଇ ଆଣ୍ଡ ଟି ସର୍ଜନ ଡକ୍ଟର ସଞ୍ଜୟ ଗାଙ୍ଗୁର୍ଡେଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପଡୋଶୀମାନେ ତାଙ୍କୁ ବିଲ୍ଡିଂକୁ ଆସିବା ବନ୍ଦ କରିଦେଇଥିଲେ। ଡକ୍ଟର ସଞ୍ଜୟ ଗାଙ୍ଗୁର୍ଡେଙ୍କର ମଙ୍ଗଳବାର ଦିନ କରୋନା ଭାଇରସର ଲକ୍ଷଣ ଦେଖାଯିବା ପରେ ଡାକ୍ତର ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ। ଡକ୍ଟର ସଞ୍ଜୟ ଗାଙ୍ଗୁର୍ଡେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରିବା ପରେ ହସ୍ପିଟାଲରୁ ଫେରିବା ପରେ ତାଙ୍କ ପଡୋଶୀମାନେ କରତାଳି ଦେଇ ତାଙ୍କୁ କରୋନା ଯୋଦ୍ଧା ଭାବରେ ସ୍ବାଗତ କରିଥିଲେ କିନ୍ତୁ ଯେତେବେଳେ ତାଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଦେଲା ସେତେବେଳେ ପଡୋଶୀମାନେ ତାଙ୍କୁ ବିଲ୍ଡିଂରେ ପ୍ରବେଶ କରିବାକୁ ବାରଣ କରିଥିଲେ।

ଡାକ୍ତର ଗଙ୍ଗାପୁର ରୋଡ୍, ରୁଶରାଜ ହାଇ-ଉଦୟ ସୋସାଇଟିରେ ରୁହନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ ତେବେ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ତାଙ୍କ ସୋସାଇଟି ସମିତିର ସଦସ୍ୟମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରି ଫୋନ୍ କରି ତାଙ୍କୁ ଘରକୁ ନ ଆସିବାକୁ କହିଥିଲେ। ସେଠାରେ ରହିବାକୁ ମନା କରିଦିଏ । ଯେତେବେଳେ ଏହି ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା, କମିଟିର ଲୋକମାନେ କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ।

ଡାକ୍ତର କହିଛନ୍ତି ଯେ, ନାସିକ୍ ସିଭିଲ୍ ହସ୍ପିଟାଲରେ ରହିବା ଛଡା ତାଙ୍କର ଅନ୍ୟ କୌଣସି ଉପାୟ ନାହିଁ। ଏହି ସିଭିଲ୍ ହସ୍ପିଟାଲ୍ ରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ର ଚିକିତ୍ସା କେନ୍ଦ୍ର କରାଯାଇଛି । ସେ କହିଛନ୍ତି ଯେ, କୌଣସି ସ୍ଥାନ ନ ଥିବାରୁ ମୋତେ ଷ୍ଟୋର ରୁମରେ ରହିବାକୁ ପଡୁଛି। ତାଙ୍କ ପତ୍ନୀ ସେଠାରେ ଅନ୍ୟ ଏକ ରୁମ୍ ରେ ରହିଛନ୍ତି । ସେ ତାଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ଖାଇବା ଏବଂ ପିଇବା ସାଙ୍ଗମାନେ କରୁଛନ୍ତି ।

ଡାକ୍ତର କହିଛନ୍ତି, ମୁଁ ସମସ୍ତ ଡାକ୍ତରଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରୁଥିଲି। ନିଜକୁ ଆଇସୋଲେଟ୍ କରିବା ଏବଂ ଯତ୍ନ ନେବା ପାଇଁ ଏଠାରେ କୌଣସି ସୁବିଧା ନାହିଁ । ଡାକ୍ତରଖାନା ପ୍ରଶାସନ, ମ୍ୟୁନିସିପାଲିଟି କର୍ପୋରେସନ କିମ୍ବା ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ନୁହଁନ୍ତି। ମୋ ପତ୍ନୀ ବହୁତ ଚିନ୍ତାରେ ଅଛନ୍ତି ।

ଜିଲ୍ଲା ସିଭିଲ ସର୍ଜନ ଡକ୍ଟର ସୁରେଶ ଜଗଦାଲେଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଯାଇଥିଲା ସେ କହିଥିଲେ ଯେ, ସେ କ୍ବାରେଣ୍ଟାଇନ୍ ରେ ନୁହଁନ୍ତି ବରଂ ଏକ ସିଓଭିଓ କେୟାର ସେଣ୍ଟରରେ ଅଛନ୍ତି। ତାଙ୍କୁ ଏକ ସ୍ବତନ୍ତ୍ର ରୁମ୍ ରେ ରଖାଯାଇଛି । ଷ୍ଟୋର ରୁମରେ ନୁହେଁ । ମୁଁ ମାନୁଛି ସେଠାରେ କୌଣସି ସୁବିଧା ନାହିଁ ଯାହାକି ଘରେ ମିଳିବା ନେଇ ଆଶା କରିପାରନ୍ତି । ଆମେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛୁ । ଏହି ଡାକ୍ତରଖାନାର ଅନ୍ୟ ଦୁଇଜଣ ଡାକ୍ତରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.