ଓଟିରେ ଡାକ୍ତରାଣୀଙ୍କ ସେଲ୍ଫି ଘଟଣାର ତଦନ୍ତ ନିର୍ଦ୍ଦେଶ: ହେଲେ କଣ ହେବ ତଦନ୍ତ?

Published By : Prameya-News7 Bureau | November 01, 2018 IST

ଜୟପୁର୧|୧୧: ଅପରେସନ ଥିଏଟରରେ ଡାକ୍ତରାଣୀଙ୍କ ସେଲଫି ଖବର ଜୟପୁରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଥିବା ବେଳେ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ସିଡିଏମଓ । ଡାକ୍ତରଖାନାର ଜଣେ ମହିଳା ଡାକ୍ତର ଏହି ସେଲଫିକୁ ହସ୍‌ପିଟାଲ ହ୍ବାଟ୍‌ସ୍‌ ଆ ଗ୍ରୁପ୍‌ରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ରୋଗୀଙ୍କ ଅପରେସନ ପାଇଁ ଓଟି ପ୍ରସ୍ତୁତ ହୋଇଯାଇଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଏହି ଫଟୋ ଉଠାଥିଲେ ବୋଲି କହିଛନ୍ତି ସଂପୃକ୍ତ ଡାକ୍ତର । ତେବେ କଣ ହେବ ତଦନ୍ତ ତାକୁ ନେଇ ଉଠିଛି ପ୍ରଶ୍ନ । ଓଟିରେ ଡାକ୍ତରାଣୀଙ୍କ ସେଲଫିକୁ ନେଇ ଚର୍ଚ୍ଚା । ଏନ୍‌କ୍ବାରୀ ନିର୍ଦେଶ ଦେଲେ ସିଡିଏମଓ । ନିକଟରେ ଜୟପୁର ଫୁଲବାଡ଼କୁ ସ୍ଥାନାନ୍ତର ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଅର୍ଥାତ୍‌ ୩୧ ତାରିଖରେ ଓଟି କାର୍ଯ୍ୟକ୍ଷମ ହୋଇଥିଲା । ଓଟିରେ ପ୍ରଥମ ଅପରେସନ ପୂର୍ବରୁ ଏକାଠି ହୋଇଥିଲେ ସମସ୍ତ ଡାକ୍ତର । ଆଉ ଏହି ସମୟରେ ଡାକ୍ତର ସସ୍ମିତା ଦାସ  ଏକ ସେଲଫି ଉଠାଇ ହସ୍‌ପିଟାଲ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ପୋଷ୍ଟ କରିଥିଲେ । ନଭେମ୍ବର ୧ ସୁଦ୍ଧା ଓଟି ରେଡ୍ଡୀ କରିବାକୁ ସିଡିଏମଓ ନିର୍ଦେଶ ଦେଇଥିବା ବେଳେ ତା’ର ଗୋଟେ ଦିନ ପୂର୍ବରୁ ସମସ୍ତ ଡାକ୍ତରଙ୍କ ଉଦ୍ୟମରେ ଓଟି ପ୍ରସ୍ତୁତ ହୋଇଯାଇଥିବାରୁ ଖୁସିରେ ଡାକ୍ତରମାନେ ଏକାଠି ହେବା ସହ ନୂଆ ଓଟିର ଫାଷ୍ଟ ଅପରେସନ ଫଟୋ ଉଠାଇବାକୁ ଚାହିଁଥିଲେ । ସକରାତ୍ମକ ଚିନ୍ତାଧାରା ଭିତରେ ଉଠାଯାଇଥିବା ଏଭଳି ଏକ ସେଲଫିକୁ ନେଇ କୌଣସି କନ୍‌ଟ୍ରୋଭର୍ସି କରିବା ଉଚିତ୍‌ ନୁହେଁ ବୋଲି ଅନୁଭବ କରୁଛନ୍ତି ଡାକ୍ତରମାନେ । ହେଲେ ଓଟି ଭିତରେ ଯେ, ଫଟୋ ଉଠାଇବା ମନା ସେକଥାକୁ ବୋଧ ହୁଏ ଭୁଲିଯାଉଛନ୍ତି । ଓଟି ଭିତରେ ଏ ପ୍ରକାର ଆକ୍ଟିଭିଟି ଅପେକ୍ଷା ପେସେଣ୍ଟର ଟ୍ରିଟ୍‌ମେଣ୍ଟ ଉପରେ କାର୍ଯ୍ୟରତ ଡାକ୍ତରମାନଙ୍କର ଅଧିକ ଧ୍ୟାନ ରହିବା ଦରକାର । କାହିଁକି ନା’ ପୂର୍ବରୁ ମଧ୍ୟ ଅନେକ ସମୟରେ ଓଟି ଭିତରେ ଡାକ୍ତରମାନଙ୍କ ଖାମଖିଆଲି ମନୋଭାବର ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ଓଟି ଭିତରରେ ଏଭଳି ଏକ ସେଲଫିକୁ ନେଇ ସାଧାରଣରେ ଚର୍ଚ୍ଚା ହେବା ସ୍ବାଭାବିକ । ତଥାପି ଘଟଣାକୁ ଗୁରତ୍ବ ଦେଇ ତଦନ୍ତ ନିର୍ଦେଶ ଦେଇଛନ୍ତି ସଡିଏମଓ । ଜୟପୁର ଡାକ୍ତରଖାନାରେ ରୋଗୀଙ୍କୁ ଅବହେଳାର ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି । ଏବେ ଡାକ୍ତରଖାନା ନୂଆ ବିଲଡିଂକୁ ସ୍ଥାନାନ୍ତର ହେବା ପରେ ରୋଗୀମାନଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେ ନେଇ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଯତ୍ନବାନ ହେବେ ବୋଲି ଆଶା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.