ସରକାରୀ ଡାକ୍ତରଖାନା ରେ ଟଙ୍କା ଦେଲେ ମିଳୁଛି ଔଷଧ !!!

Published By : Prameya-News7 Bureau | August 11, 2018 IST

ଭଦ୍ରକ ୧୧/୮ : ଭଦ୍ରକ ଜିଲ୍ଲା ବାରିକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଆଖପାଖର ୪ଟି ବ୍ଲକର ହଜାର ହଜାର ଲେ।କ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟସେବା ପୂରା ବିପର୍ଯ୍ୟସ୍ତ । ଏମିତିକି ରୋଗୀଙ୍କ ପାଇଁ ଆସିଥିବା ସରକାରୀ ଔଷଧ ଖୁଲମ ଖୁଲା ବିକ୍ରି କରାଯାଉଥିବା ଅଭିଯେ।ଗ ହେ।ଇଛି । ରେ।ଗୀଙ୍କ ପାଇଁ ଆସୁଥିବା ସରକାରୀ ଔଷଧ ଅଳିଆ ଗଦାରେ ପଡିଛି । କୁଢ଼ କୁଢ଼ ଔଷଧ ପଡିଛି ଡାକ୍ତରଖାନା ପରିସରରେ । ସେପଟେ ଆୟୁଷ ଡାକ୍ତର ରୋଗୀ ଦେଖିବା ବେଳେ ଔଷଧ ପାଇଁ ଟଙ୍କା ନେଉଥିବା ଅଭିଯୋଗ ଆସିଛି । ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଔଷଧ ନଷ୍ଟ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କାହିଁକି ଓ କିଏ ଏସବୁ ଔଷଧ ଫୋପାଡିଛି ସେନେଇ ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରେ।ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଡାକ୍ତରଖାନାରେ ସରକାରୀ ଔଷଧ ପାଇଁ ଡାକ୍ତର ଟଙ୍କା ନେବା ଭିଡିଓର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ରୋଗୀଙ୍କ ପାଇଁ ଆସୁଥିବା ଔଷଧ ଫିଙ୍ଗା ଯିବା ଓ ଡାକ୍ତର ଟଙ୍କା ବଦଳରେ ଔଷଧ ଦେବା ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଵଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.