ସୁମିତ-ତପସ୍ବିନୀ ମାମଲା : ଡାକ୍ତର ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ପଶିଲେ ଶହଶହ ମହିଳା, ଘର ସାମ୍ନାରେ ତୀବ୍ର ଉତ୍ତେଜନା

Published By : Prameya-News7 Bureau | December 20, 2021 IST

ବ୍ରହ୍ମପୁର ୨୦/୧୨ : ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ସୁମିତଙ୍କ ଘର ସାମ୍ନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତାଙ୍କର ଘରର ଗ୍ରିଲ ଭାଙ୍ଗି ଶତାଧିକ ମହିଳା ଘରେ ପଶିଛନ୍ତି । ଉତ୍ତ୍ୟକ୍ତ ମହିଳାଙ୍କୁ ପୋଲିସ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ମାନିବାକୁ ନାରାଜ ଉତ୍ତ୍ୟକ୍ତ ମହିଳା । ସୁମିତଙ୍କ ଘର ସମ୍ମୁଖରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି ପୋଲିସ ।

ସୂଚନାଯୋଗ୍ୟ, ସୁମିତ ତପସ୍ବିନୀ ବିବାଦ ଥମିବାର ନାଁ ନେଉନାହିଁ । ଆଇନ ବ୍ୟବସ୍ଥା ନାଚାର । ଏକାମାତ୍ର ଭରଷା କୋର୍ଟ । ଉଭୟଙ୍କ ଏକାଠି କରିବା ପାଇଁ ପୂର୍ବରୁ କୋର୍ଟ ୭ଦିନ ସାଥିରେ ଭଡାଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ । ଉଭୟ ୭ଦିନ ଭଡା ଘରେ ରହିଥିଲେ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇନଥିଲା । ୮ମ ଦିନ ହିଁ ସୁମିତ ଭଡାଘରୁ ଚାଲିଯାଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ SDJM କୋର୍ଟ ଏହି ମାମଲାର ଶୁଣାଣି କରି ପୁଣି ସୁମିତ ଏବଂ ତପସ୍ବିନୀଙ୍କୁ ଆଉ ୭ଦିନ ଭଡା ଘରେ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.