ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା; ପ୍ରତିକ୍ରିୟା ଦେଲେ ବାପା, କହିଲେ ଦିବ୍ୟରଞ୍ଜନ...

Published By : Prameya-News7 Bureau | January 15, 2023 IST

ବଡ଼ବିଲ ୧୫/୦୧: ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ଦେଲେ ଶୁଭଶ୍ରୀଙ୍କ ବାପା। ଝିଅର ମୃତ୍ୟୁ ପଛରେ ଷଡ଼ଜନ୍ତ୍ର  ଥିବା ସନ୍ଦହରେ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝିଙ୍କୁ ତଦନ୍ତ ପରିସରଭୁକ୍ତ କରି ପଚରାଉଚୁରା କରାଯାଉ ବୋଲି ସେ କହିଛନ୍ତି। ସେ କହିଛନ୍ତି ଶୁଭଶ୍ରୀ ଦୃଢ଼ମାନସିକତାର ଝିଅ। ସେ କେବେବି ଆତ୍ମ ହତ୍ୟା କରିନଥିବ ବୋଲି ତାଙ୍କ ବାପା ମନୋରଞ୍ଜନ କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଶୁଭଶ୍ରୀଙ୍କ ମୃତ୍ୟୁର ୧୫ ଦିନ ପରେ ଆଜି ସେ ଯୋଡ଼ା ଥାନାକୁ ଆସି ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣଣାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଭିସେରା ରିପୋର୍ଟ ଆସିବା ପରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ସେପଟେ ପୋଲିସ୍ ଉପସ୍ଥିତିରେ ଶୁଭଶ୍ରୀ ରହୁଥିବା ଭଡ଼ାଘରକୁ ଯାଇ ସମସ୍ତ ଆସବାବ ପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ନେବା ପାଇଁ ବ୍ୟବସ୍ଥା କରୁଛନ୍ତି ତାଙ୍କ ବାପା।

ସୂଚନାଥାଉଉକି, ଡାକ୍ତରାଣୀ ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁର ମେଡିକାଲ କଲେଜରେ ପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଶାରିରୀକ ସଂପର୍କ ରଖିବା ପରେ ଡାକ୍ତର ଦିବ୍ୟରଂଜନ ପ୍ରତାରଣା କରିଥିଲେ ବୋଲି ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ରେ ଅଭିଯୋଗ କରିଥିଲେ। ଡିସେମ୍ବର ୩୧ରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ ‘ଜିରୋ ନାଇଟ୍‌’ ସେଲିବ୍ରେସନ କରିଥିଲେ।

ଏହାପରେ ଜାନୁଆରୀ ୧ରେ ସେ ରହୁଥିବା ଭଡ଼ାଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେପଟେ ବିଷକ୍ରିୟା ପାଇଁ  ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହଯାଇଛି। ଶୁଭଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେବି ରହସ୍ୟ ଲାଗିରହିଥିବା ବେଳେ, ଜାତୀୟ ମାନବାଧିକାର କମିସନଙ୍ (ଏନ୍‌ଏଚ୍‌ଆର୍‌ସି) କେନ୍ଦୁଝର ଏସ୍‌ପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ରିପୋର୍ଟ ଦାଖଲ କରିବାକୁ କମିଶନ  ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.