oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଟ୍ରାଫିକରେ ଫସିଗଲା କାର, ରୋଗୀର ଜୀବନ ବଞ୍ଚାଇବାକୁ ଗାଡି ଛାଡି ଦୌଡିଲେ ଡାକ୍ତର

12/09/2022 at 3:56 PM

ବେଙ୍ଗାଲୁରୁ ୧୨/୦୯: ଡାକ୍ତରଙ୍କୁ କୁହାଯଏ ଦ୍ୱିତୀୟ ଭଗବାନ । ରୋଗୀର ଜୀବନ ବଞ୍ଚାଇବାକୁ କରନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ । ଦରକାର ପଡିଲେ ମୃତ୍ୟୁକୁ ଦିଅନ୍ତି ମାତ୍ । ଏବେ ଏମିତି ଜଣେ ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଘଟଣା ଏବେ ସୋସିଆଲ ମିଡିଆରେ ଲାଇମ ଲାଇଟରେ । ଜଣେ ରୋଗୀର ଚିକିତ୍ସା ଲାଗି ସବୁ ବାଧାବିଘ୍ନ କରୁଛନ୍ତି ପାର୍ ।

ଟ୍ରାଫିକ୍ ଜାମ୍ ଥିବାରୁ ଜୀବନକୁ ବାଜି ଲଗାଇ ବିଚ୍ ରାସ୍ତାରେ ଦୌଡୁଛନ୍ତି । ବେଙ୍ଗାଲୁରର ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଡାକ୍ତରଙ୍କ ଏମିତି ଅବଦାନ ଲାଗି ସବୁଠୁ ଛୁଟିଛି ପ୍ରଶଂସାର ସୁଅ । ରୋଗୀର ଅସ୍ତ୍ରୋପଚାର କରିବାକୁ ନେଲେ ଏମିତି ଷ୍ଟେପ୍ । ୩ କିଲୋମିଟର ଦୌଡି ଯାଇ ପହଞ୍ଚିଥିଲେ ହସ୍ପିଟାଲରେ । ଠିକ୍ ସମୟରେ ପହଞ୍ଚିଥିବାରୁ ରୋଗୀଙ୍କର ହୋଇଥିଲା ଅପରେସନ ।

ଏବେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ବାସ୍ତବରେ ଘଟଣାଟି ହେଉଛି ବେଙ୍ଗାଲୁରୁ ସହରର । ଆଉ ଭାଇରାଲ ହୋଇଥିବା ଭିଡିଓକୁ ସେୟାର କରିଥିଲେ ଖୋଦ୍ ନିଜେ ଡାକ୍ତର । ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗରେ କାମ କରନ୍ତି ନନ୍ଦକୁମାର । ଗତ ୩୦ ତାରିଖର ଏହି ଘଟଣା ଏବେ ବେଶ୍ ଭାଇରାଲ ।

ଡାକ୍ତରଙ୍କ ଏପରି କାର୍ଯ୍ୟ ପରେ ସବୁଠି ମିଳିଛି ବାହାବା । ଡାକ୍ତର ନିଜେ ମଧ୍ୟ ଲେଖିଛନ୍ତି ଯେହେତୁ ମୁଁ ଜିମ୍ ଯାଏ ତ ମୋ ପାଇଁ ଦୌଡିବାରେ ନଥଲା ସମସ୍ୟା । କାରଣ ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ମୋର ପ୍ରାଥମିକ କାର୍ଯ୍ୟ । ଯାହା ମୁଁ କରିଛି, ଏବେ ମୋତେ ମିଳିଛି ଆତ୍ମସନ୍ତୋଷ ।

   Related Posts