ସମ୍ବଲପୁର ୧।୩: ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ରୋଗୀଙ୍କଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡିଲେ ଡା. ବିପିନ ବିହାରୀ ସାହୁ । ହାଇଡ୍ରୋସିଲ ଅପରେସନ ଓ ଡିସଚାର୍ଜ କରାଇବା ପାଇଁ ନେଉଥିଲେ ଟଙ୍କା ।
{"id":416523,"sizeSlug":"large","linkDestination":"none"}ସୂଚନାଯୋଗ୍ୟ ଯେ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ ଜଣେ ରୋଗୀ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରିବାର ଲୋକ ଭିଜିଲାନ୍ସ ନିକଟରେ ଅଭିଯୋଗ କଲା ପରେ ଭିଜିଲାନ୍ସ ତାଙ୍କୁ ଟଙ୍କା ନେଉଥିବା ସମୟରେ ଧରିଛି । ସେପଟେ ଟଙ୍କା ମାଗିନଥିବା ଡାକ୍ତର କହିଛନ୍ତି । ଡିସଚାର୍ଜ ହେବା ସମୟରେ ସେ ଜବରଦସ୍ତି ପଇସା ଆଣିକି ରଖିଦେଇଥିବା ଡାକ୍ତର କହିଛନ୍ତି ।