ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଟ୍ୱିଷ୍ଟ, ଏତଲା ଦିନ ଇସ୍ତଫା ଦେଇଥିଲେ ପୁରୁଷ ବନ୍ଧୁ
3/01/2023 at 12:47 PM

ବଡବିଲ ୦୩/୦୧: ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଟ୍ୱିଷ୍ଟ । ଇସ୍ତଫା ଦେଇଛନ୍ତି ସନ୍ଦେହ ଘେରରେ ଥିବା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ । ଡାକ୍ତର ବନ୍ଧୁ ଦିବ୍ୟରଞ୍ଜନ ମାଝୀ ଇସ୍ତଫା ଦେଇଥିବା ଜଣାପଡିଛି । ହସ୍ତଗତ ହୋଇଛି ଡାକ୍ତର ଦିବ୍ୟରଞ୍ଜନଙ୍କ ଇସ୍ତଫା ପତ୍ର । ବିବାହ ପାଇଁ ଭୁବନେଶ୍ବର ଯାଉଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦିବ୍ୟଙ୍କ ନାଁରେ ଶୁଭଶ୍ରୀ ଯୋଡ଼ା ଥାନାରେ ଏତଲା ଯେଉଁଦିନ ଦେଇଥିଲେ, ସେହିଦିନ ନୂଆଗାଁ ଡିସ୍ପେନସାରୀରୁ ଇସ୍ତଫା ଦେଇଥିଲେ ଦିବ୍ୟରଞ୍ଜନ ।
ସୂଚନା ଥାଉକି, ଗତ ଡିସେମ୍ୱର ୨୦ ତାରିଖରେ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଯୋଡା ଥାନାରେ ଦେଇଥିଲେ ଏତଲା । ଏତଲାରେ ଲେଖିଥିଲା, ଯେ ଶୁଭଶ୍ରୀଙ୍କ ସହ ବାରମ୍ୱାର ସମ୍ପର୍କ ରଖିବା ପରେ ବିବାହ କରିବାକୁ ରାଜି ନାହାଁନ୍ତି ଡାକ୍ତର ଦିବ୍ୟ । କେବଳ ସେତିକି ନୁହେଁ ବିବାହ କରିବାକୁ କହି ବାରମ୍ୱାର ଠକୁଛନ୍ତି ଦିବ୍ୟ । ଏହାକୁ ନେଇ ଶୁଭଶ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।