ଡାକ୍ତର ଜାଣିନଥିଲେ କେମିତି କାମ କରେ ଭେଣ୍ଟିଲେଟର : ଚାଲିଗଲା କରୋନା ରୋଗୀଙ୍କ ଜୀବନ

Published By : Prameya-News7 Bureau | April 30, 2020 IST

ନ୍ୟୁୟର୍କ ୩୦/୦୪ : କରୋନା ଯୋଗୁଁ ଆମେରିକାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି | ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ିବାରେ ଲାଗିଛି ହସ୍ପିଟାଲରେ ରୋଗୀଙ୍କୁ ବେଡ଼ ମିଳୁନାହିଁ | ଆମେରିକାର ସ୍ୱାସ୍ଥ୍ୟବସ୍ଥା ସବୁ ଦେଶ ଅପେକ୍ଷା ସର୍ବୋତ୍ତମ | ସମସ୍ତେ ଜାଣିଛନ୍ତି ଯେ ଆମେରିକାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଉତ୍ତମ ମାନର | କିନ୍ତୁ ଏକ ଘଟଣା ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ପୋଲ ଖୋଲି ଦେଇଛି |

ନ୍ୟୁୟର୍କରେ ଗୋଟିଏ ହସ୍ପିଟାଲରେ ଜଣେ କରୋନା ପୀଡିତଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁ କାରଣ ହେଲା ଡାକ୍ତର ଭେଣ୍ଟିଲେଟର ଆବଶ୍ୟକତା ଠାରୁ ଅଧିକ ଉଚ୍ଚରେ ଲଗାଇଥିଲେ | ଡାକ୍ତର ଜାଣିନଥିଲେ ଭେଣ୍ଟିଲେଟର କିଭଳି କାମ କରିଥାଏ | ଡାକ୍ତର ଏକ ସାମାନ୍ୟ ଭୁଲ ଯୋଗୁଁ ଜଣେ ରୋଗୀଙ୍କ ଜୀବନ ଚାଲିଗଲା | ସୂଚନା ଅନୁଯାୟୀ, ନ୍ୟୁୟର୍କ ସହରର ଅନ୍ୟ ଡାକ୍ତରମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି | ରୋଗୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରୁ କିଛି ପ୍ରଶିକ୍ଷକ ଡାକ୍ତରଙ୍କୁ ହସ୍ପିଟାଲରେ ନିୟୋଜିତ କରାଯାଇଛି | ଏହି ପ୍ରଶିକ୍ଷକ ଡାକ୍ତରଙ୍କ ଡାକ୍ତରଙ୍କ ପାଖରେ ଆଇସିୟୁରେ କାମ କରିବ ଅନୁଭୂତି ନାହିଁ | ଭେଣ୍ଟିଲେଟର କିଭଳି ଅପରେଟ କରାଯାଏ ଏମାନେ ଜାଣିନାହାନ୍ତି | ମାର୍ଚ୍ଚ ମାସରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ଭୁଲ ଯୋଗୁଁ ମୋଣ୍ଟୋଫିୟୋରେ ହସ୍ପିଟାଲରେ ଜଣେ ୬୦ ବର୍ଷ ବୟସ୍କ ରୋଗୀଙ୍କ ଜୀବନ ଚାଲିଯାଇଥିଲା | ଡାକ୍ତର ଜଣକ ରୋଗୀଙ୍କ ଭେଣ୍ଟିଲେଟର ଅଧିକ ଉଚ୍ଚରେ ଲଗାଇଥିଲେ | କିନ୍ତୁ ପରୈକ୍ଷକ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ ରୋଗୀଙ୍କୁ କିଛି ଦିନ ବିନା ଭେଣ୍ଟିଲେଟରରେ ରଖାଯାଇଥିଲା | ରୋଗୀଙ୍କ ଦାୟିତ୍ୱ କୌଣସି ଟିମକୁ ଦିଆଯାଇନଥିଲା | ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି |

କରୋନା ଭାଇରସ ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୋହଲାଇ ଦେଇଛି | ହସ୍ପିଟାଲରେ ରୋଗୀ ଏତେ ବଢି ଗଲେଣି ଯେ ଡାକ୍ତର କମ ପଡିଯାଉଛନ୍ତି | ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି | ଡାକ୍ତରଙ୍କ କହିବାନୁଯାୟୀ, ମେଡ଼ିସିନ ବିଭାଗ, ଡାଇଗ୍ନୋସ୍ଟିକ ରେଡିଓଲୋଜି, ପେଡିଆଟ୍ରି, ମାନସିକ ରୋଗୀ ବିଶେଷଜ୍ଞ, ଆପଥେଲମୋଲୋଜିର ଡାକ୍ତରମାନଙ୍କୁ ଆଇସିୟୁରେ କାମ କରିବାର ଅନୁଭୂତି ନଥାଏ | ଜରୁରୀକାଳୀନ ପରିସ୍ଥିତିରେ ଏହିଭଳି ଡାକ୍ତରମାନଙ୍କୁ ମଧ୍ୟ ଆଇସିୟୁରେ କାମ କରିବାକୁ ପଡୁଛି | ଯାହାଫଳରେ ରୋଗୀଙ୍କ ଚିକିତ୍ସା ସଠିକ ଭାବେ ହୋଇପାରୁନାହିଁ ଏବଂ ଅଘଟଣ ଘଟିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.