ବନ୍ଧ୍ୟାକରଣ ପାଇଁ ଆସିଥିବା ମହିଳାଙ୍କ ସହ ଡାକ୍ତର କଲେ ଏଭଳି କାମ, ଜାଣିଲେ ଉଡିଯିବ ହୋଶ୍

Published By : Prameya-News7 Bureau | December 02, 2019 IST

ବାଡମେରା ୨।୧୨: ରାଜସ୍ଥାନ ବାଡମେରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବନ୍ଧ୍ୟାକରଣ ଶିବିରକୁ ବନ୍ଧ୍ୟାକରଣ ପାଇଁ ଆସିଥିବା ମହିଳାମାନଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଡାକ୍ତରଙ୍କ ହ୍ବାଟସଆପ୍ ଗ୍ରୁପ୍ ରେ ଭାଇରାଲ୍ କରାଯାଇଛି ।

ବାଡମେର ଗୁଧାମଲାନି ସ୍ଥିତ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବନ୍ଧ୍ୟାକରଣ ଶିବିର ଚାଲିଥିଲା । ଶିବିରକୁ ବହୁ ମହିଳା ବନ୍ଧ୍ୟାକରଣ ପାଇଁ ଆସିଥିଲେ । ଶିବିରରେ ନିୟୋଜିତ ମେଡିକାଲ ଷ୍ଟାଫ୍ ମହିଳାମାନଙ୍କ ଆପତ୍ତିଜନକ ଫଟୋ ଉଠାଇଥିଲେ । ଫଟୋ ସବୁକୁ ହ୍ବାଟସଆପ୍ ଗ୍ରୁପ୍ ରେ ସେୟାର କରିଦେଇଥିଲେ ।

ଦେଖୁ ଦେଖୁ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଘଟଣାରେ ବାଡମେରା ଜିଲ୍ଲା କଲେକ୍ଟର ଏବଂ ସିଏମଏଚଓ ଅଲଗା ଅଲଗା ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.