ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କଲେ ଡାକ୍ତର ଓ କର୍ମଚାରୀ, ଧରାପଡିଯିବା ପରେ ଅଗ୍ରୀମ ୨ ହଜାର ଫେରାଇଲେ

Published By : Prameya-News7 Bureau | October 01, 2021 IST

ସୋର ୧।୧୦: ସୋର ଡାକ୍ତରଖାନାରେ ୭ ହଜାର ଟଙ୍କାରେ ହେବ ଗର୍ଭପାତ । ଏମିତି କହିଲେ ଡାକ୍ତରଖାନାର ଡାକ୍ତର । ଡାକ୍ତରଖାନା କର୍ମଚାରୀ  ମାଗିଲେ ଟଙ୍କା । ଘଟଣା ଲୋକଲୋଚନକୁ ଆସିବା ପରେ ଫେରାଇଲେ ଅଗ୍ରୀମ ଦୁଇ ହଜାର ଟଙ୍କା ।

ଗରିବ ଗୁରୁବା ଡାକ୍ତରଙ୍କୁ ଭଗବାନ ମନେ କରି ନିଜକୁ ଓ ସମ୍ପର୍କୀୟମାନଙ୍କୁ ଚିକିତ୍ସା ପାଇଁ ଦେଖାଇଥାନ୍ତି ।  ରାଜ୍ୟ ତଥା ଦେଶରେ ସରକାରୀ ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର ହେଉଛି । ହେଲେ ସୋର ଡାକ୍ତରଖାନାରେ ସରକାରୀ କର୍ମଚାରୀ ଓ ଡାକ୍ତର ମିଳିତଭାବେ ଜଣେ ପଛୁଆ ଗରିବ ବର୍ଗର ଯୁବକଙ୍କ ସ୍ତ୍ରୀର ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କରି ଆଗୁଆ ଦୁଇ ହଜାର ଟଙ୍କା ନେବା ପରେ ୫ ହଜାର ଟଙ୍କା ପଛରେ ନେବା ଯୋଜନା ଫସର ଫାଟିଛି । 

ସୂଚନାଯୋଗ୍ୟ ଯେ, ତେଣ୍ଟେଇ ଶୂଳଗାଁର ଅକ୍ଷୟ ମଲ୍ଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସୋର ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଡ. ସାଗର ମହାପାତ୍ର ଗର୍ଭନଷ୍ଟ ହୋଇଥିବାର ପ୍ରକାଶ କରିଥିଲେ ।  ରୋଗୀ ଦେଖି  ୭ ହଜାର ଟଙ୍କା ଖର୍ଚ୍ଚ ହେବ କହିଥିଲେ । ପରେ ଡାକ୍ତରଖାନାର କର୍ମଚାରୀ ଶମ୍ଭୁନାଥ ସାହୁ ଅଗ୍ରୀମ ଦୁଇ ହଜାର ଟଙ୍କା ନେଇଥିଲେ ପରେ ୫ ହଜାର ଟଙ୍କା ଦେବାକୁ କହିଥିଲେ । ପରେ ଅକ୍ଷୟ ଘଟଣାକୁ ନେଇ କିଛି ଲୋକଙ୍କୁ କହିବା ସହିତ ଅଭିଯୋଗ ମଧ୍ୟ କରିଥିଲେ l  ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ତଦନ୍ତ କରାଯିବ ବୋଲି କହିଛନ୍ତି । ଆଗୁଆ ଟଙ୍କା ନେଇଥିବା କର୍ମଚାରୀ ସତ ମାନିଥିବାର  ଡାକ୍ତରଖାନାରେ ସ୍ଵାସ୍ଥ୍ୟ ସେବା ନାମରେ ରୋଗୀଙ୍କୁ ଶୋଷଣ କରାଯାଉଥିବାର ସାଧାରଣରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.